ଅରୁଣାଚଳରେ ନିର୍ବାଚନ ପୂର୍ବରୁ ୧୦ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ଜିତିଲେ ସିଏମ୍ ଖାଣ୍ଡୁ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ନିର୍ବାଚନ ଆସନ ମଧ୍ୟରୁ ୧୦ ସିଟରେ ବିଜେପି ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଜୟୀ ହୋଇଛନ୍ତି । ଏହି ୧୦ ଆସନରେ ବିଜେପି ପ୍ରାର୍ଥୀ ନିର୍ବିରୋଧ ବିଜୟୀ ହୋଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚାଉନା ମେନ ମଧ୍ୟ ସାମିଲ ଅଛନ୍ତି ।ପେମା ଖାଣ୍ଡୁ ମୁକ୍ତୋ ବିଧାନସଭା କ୍ଷେତ୍ରରେ ନାମାଙ୍କନ ଭରିଥିଲେ । ତେବେ ଏହି ଆସନ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ । ତେଣୁ ଖାଣ୍ଡୁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ୯ ଆସନରେ ମଧ୍ୟରେ ଏହିପରି ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଜୁନ ୪ରେ ରେଜଲ୍ଟ ଘୋଷଣା ହେବ ।ପଢନ୍ତୁ: କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପିମୁକ୍ତୋ ବିଧାନସଭା ଆସନରୁ ଅରୁଣାଚଳ ପ୍ରଦେଶର ସିଏମ୍ ପେମା ଖାଣ୍ଡୁ, ଜିରୋ ଆସନରୁ ଏର ହାଜେ ଆପା, ରୋଇଙ୍ଗ ସିଟରୁ ମୁଚ୍ଚୁ ମିଠି, ସଗାଲି ଆସନରୁ ଏର ରାତୁ ତେଚି, ଇଟାନଗର ଆସନରୁ ଟେଚି କାସୋ, ତାଲି ଆସନରୁ ଜିକ୍କେ ତାକୋ, ତଲିହା ଆସନରୁ ନ୍ୟାତୋ ଡ୍ଡୁକୋମ ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । 

ଅରୁଣାଚଳରେ ନିର୍ବାଚନ ପୂର୍ବରୁ ୧୦ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ଜିତିଲେ ସିଏମ୍ ଖାଣ୍ଡୁ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୬୦ ବିଧାନସଭା ନିର୍ବାଚନ ଆସନ ମଧ୍ୟରୁ ୧୦ ସିଟରେ ବିଜେପି ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଜୟୀ ହୋଇଛନ୍ତି । ଏହି ୧୦ ଆସନରେ ବିଜେପି ପ୍ରାର୍ଥୀ ନିର୍ବିରୋଧ ବିଜୟୀ ହୋଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚାଉନା ମେନ ମଧ୍ୟ ସାମିଲ ଅଛନ୍ତି ।

ପେମା ଖାଣ୍ଡୁ ମୁକ୍ତୋ ବିଧାନସଭା କ୍ଷେତ୍ରରେ ନାମାଙ୍କନ ଭରିଥିଲେ । ତେବେ ଏହି ଆସନ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ । ତେଣୁ ଖାଣ୍ଡୁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ୯ ଆସନରେ ମଧ୍ୟରେ ଏହିପରି ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଜୁନ ୪ରେ ରେଜଲ୍ଟ ଘୋଷଣା ହେବ ।

ପଢନ୍ତୁ: କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ମୁକ୍ତୋ ବିଧାନସଭା ଆସନରୁ ଅରୁଣାଚଳ ପ୍ରଦେଶର ସିଏମ୍ ପେମା ଖାଣ୍ଡୁ, ଜିରୋ ଆସନରୁ ଏର ହାଜେ ଆପା, ରୋଇଙ୍ଗ ସିଟରୁ ମୁଚ୍ଚୁ ମିଠି, ସଗାଲି ଆସନରୁ ଏର ରାତୁ ତେଚି, ଇଟାନଗର ଆସନରୁ ଟେଚି କାସୋ, ତାଲି ଆସନରୁ ଜିକ୍କେ ତାକୋ, ତଲିହା ଆସନରୁ ନ୍ୟାତୋ ଡ୍ଡୁକୋମ ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି ।