କେବେ ଆରମ୍ଭ ହେବ ଫିଲ୍ମ ‘ଆନିମଲ ପାର୍କ’ର ଶୁଟିଂ ? ତୃପ୍ତି କଲେ ଖୁଲାସା
ମୁମ୍ଵାଇ ୨୮।୦୭: ଗତ ବର୍ଷ ରିଲିଜ୍ ହୋଇଥିଲା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହି ଫିଲ୍ମରେ ରଶ୍ମିକାଙ୍କ ସହ ତୃପ୍ତି ଡିମ୍ରି ଏକ ନଜର ଆସିଥିଲେ,। କିନ୍ତୁ ରଣବୀରଙ୍କ ସହ ତୃପ୍ତିଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ବକ୍ସ ଅଫିସରେ 'ଆନିମଲ' ଦମ୍ଦାର କଲେକସନ କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ତୃପ୍ତି ‘ଆନିମଲ୍ ପାର୍କ’କୁ ନେଇ ଅପ୍ଡେଟ୍ ସୂଚନା ଦେଇଛନ୍ତି।ଏକ ସାକ୍ଷାତକାରେ ତୃପ୍ତି କହିଛନ୍ତି ଯେ 'ଆନିମଲ୍ ପାର୍କ'ର ବିଷୟରେ କିଛି ଜାଣି ନାହିଁ। ସେ କହିଛନ୍ତି, “ମୁଁ ମଧ୍ୟ ଏ ବିଷୟରେ ଅବଗତ ନୁହେଁ, କାରଣ ଫିଲ୍ମର ସୁଟିଂ କାହାଣୀ କ’ଣ ହେବ କେବେ ହବ ଜାଣି ନାହିଁ। ମୁଁ କେବଳ ଏତିକି ଜାଣିଛି ଯେ ଏହି ଫିଲ୍ମଟି ନିର୍ମିତ ହେବାକୁ ଯାଉଛି।'ଆନିମଲ୍'କୁ ନେଇ କରାଯାଇଥିବା ନକାରାତ୍ମକ ପ୍ରତିକ୍ରିୟାକୁ ଉପରେ ତୃପ୍ତି କହିଛନ୍ତି, “ଏହା ଏକ ଚମତ୍କାର ଅନୁଭୂତି ଥିଲା। ଏହାକୁ ବହୁତ ସମାଲୋଚନା କରାଯାଇଛି ସତ, କିନ୍ତୁ ମୁଁ ଭାବୁଛି ଏହା ଇଣ୍ଡଷ୍ଟ୍ରିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ କଳାକାରଙ୍କୁ ଏହାକୁ ଗତି କରିବାକୁ ପଡେ।” ତୃପ୍ତି କହିଛନ୍ତି ଯେ ତାଙ୍କ କାମ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିଛି ଏବଂ 'ଆନିମଲ୍' ପରେ ତାଙ୍କୁ ଅନ୍ୟାନ୍ୟ କାମ ମିଳିବା ଆରମ୍ଭ ହୋଇଛି।
ମୁମ୍ଵାଇ ୨୮।୦୭: ଗତ ବର୍ଷ ରିଲିଜ୍ ହୋଇଥିଲା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହି ଫିଲ୍ମରେ ରଶ୍ମିକାଙ୍କ ସହ ତୃପ୍ତି ଡିମ୍ରି ଏକ ନଜର ଆସିଥିଲେ,। କିନ୍ତୁ ରଣବୀରଙ୍କ ସହ ତୃପ୍ତିଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ବକ୍ସ ଅଫିସରେ 'ଆନିମଲ' ଦମ୍ଦାର କଲେକସନ କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ତୃପ୍ତି ‘ଆନିମଲ୍ ପାର୍କ’କୁ ନେଇ ଅପ୍ଡେଟ୍ ସୂଚନା ଦେଇଛନ୍ତି।
ଏକ ସାକ୍ଷାତକାରେ ତୃପ୍ତି କହିଛନ୍ତି ଯେ 'ଆନିମଲ୍ ପାର୍କ'ର ବିଷୟରେ କିଛି ଜାଣି ନାହିଁ। ସେ କହିଛନ୍ତି, “ମୁଁ ମଧ୍ୟ ଏ ବିଷୟରେ ଅବଗତ ନୁହେଁ, କାରଣ ଫିଲ୍ମର ସୁଟିଂ କାହାଣୀ କ’ଣ ହେବ କେବେ ହବ ଜାଣି ନାହିଁ। ମୁଁ କେବଳ ଏତିକି ଜାଣିଛି ଯେ ଏହି ଫିଲ୍ମଟି ନିର୍ମିତ ହେବାକୁ ଯାଉଛି।
'ଆନିମଲ୍'କୁ ନେଇ କରାଯାଇଥିବା ନକାରାତ୍ମକ ପ୍ରତିକ୍ରିୟାକୁ ଉପରେ ତୃପ୍ତି କହିଛନ୍ତି, “ଏହା ଏକ ଚମତ୍କାର ଅନୁଭୂତି ଥିଲା। ଏହାକୁ ବହୁତ ସମାଲୋଚନା କରାଯାଇଛି ସତ, କିନ୍ତୁ ମୁଁ ଭାବୁଛି ଏହା ଇଣ୍ଡଷ୍ଟ୍ରିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ କଳାକାରଙ୍କୁ ଏହାକୁ ଗତି କରିବାକୁ ପଡେ।” ତୃପ୍ତି କହିଛନ୍ତି ଯେ ତାଙ୍କ କାମ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିଛି ଏବଂ 'ଆନିମଲ୍' ପରେ ତାଙ୍କୁ ଅନ୍ୟାନ୍ୟ କାମ ମିଳିବା ଆରମ୍ଭ ହୋଇଛି।