ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍; ପ୍ରାର୍ଥୀପତ୍ରରେ ସ୍ବାକ୍ଷର କରି ସୋସିଆଲ୍ ମିଡିଆରେ ସୂଚନା
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ବନାମ କମଲା ହାରିସ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁହାଁମୁହିଁ ହେବେ ଦୁଇ ବଡ଼ ନେତା । ରିପବ୍ଲିକାନ୍ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଥିବା ବେଳେ ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏନେଇ ସୋସିଲଆଲ୍ ମିଡିଆ ପ୍ଲାଟ୍ ଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା ହୋଇଥିବା ବେଳେ ପ୍ରାର୍ଥୀପତ୍ର ଉପରେ ହସ୍ତାକ୍ଷର କରିଛନ୍ତି । ୮୧ ବର୍ଷୀୟ ଜୋ ବାଇଡେନ୍ ହ୍ୱାଇଟ୍ ହାଉସ୍ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ସମର୍ଥନ ଜଣାଇଥିଲେ । କମଲା ହାରିସ୍ ଡେମୋକ୍ରାଟିକ୍ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମେ ଜୋ ବାଇଡେନ୍ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି । ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ । କମଲା ହାରିସ୍ ଏବେ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି । Today, I signed the forms officially declaring my candidacy for President of the United States.I will work hard to earn every vote.And in November, our people-powered campaign will win. pic.twitter.com/nIZLnt9oN7— Kamala Harris (@KamalaHarris) July 27, 2
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ବନାମ କମଲା ହାରିସ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁହାଁମୁହିଁ ହେବେ ଦୁଇ ବଡ଼ ନେତା । ରିପବ୍ଲିକାନ୍ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଥିବା ବେଳେ ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏନେଇ ସୋସିଲଆଲ୍ ମିଡିଆ ପ୍ଲାଟ୍ ଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା ହୋଇଥିବା ବେଳେ ପ୍ରାର୍ଥୀପତ୍ର ଉପରେ ହସ୍ତାକ୍ଷର କରିଛନ୍ତି ।
୮୧ ବର୍ଷୀୟ ଜୋ ବାଇଡେନ୍ ହ୍ୱାଇଟ୍ ହାଉସ୍ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ସମର୍ଥନ ଜଣାଇଥିଲେ । କମଲା ହାରିସ୍ ଡେମୋକ୍ରାଟିକ୍ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମେ ଜୋ ବାଇଡେନ୍ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି । ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ । କମଲା ହାରିସ୍ ଏବେ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି ।
Today, I signed the forms officially declaring my candidacy for President of the United States.
I will work hard to earn every vote.
And in November, our people-powered campaign will win. pic.twitter.com/nIZLnt9oN7— Kamala Harris (@KamalaHarris) July 27, 2024
ଶନିବାର କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆବଶ୍ୟକ ଫର୍ମ ପୂରଣ କରିଛନ୍ତି । ଏହା ସହ ଏଥର ଆମେରିକା ନିର୍ବାଚନ ଜିଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରତିଟି ଭୋଟ୍ ତାଙ୍କ ସପକ୍ଷରେ ନେବା ପାଇଁ ସେ ସଂଘର୍ଷ କରିବେ ବୋଲି କହିଛନ୍ତି । ନଭେମ୍ବରରେ ବିଜୟ ତାଙ୍କର ହିଁ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ତାଙ୍କର ବିପକ୍ଷରେ ରିପବ୍ଲିକାନ୍ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି ।...