୧୨ ଦିନରେ ହଜାରେ କିମି ଦୌଡ଼ିଲେ ୫୨ ବର୍ଷୀୟା ମହିଳା ଆଥଲିଟ୍‌, ପ୍ରବଳ ଗରମର ତରଳିଯାଇଥିଲା ଜୋତା

ନୂଆଦିଲ୍ଲୀ: ତିନି ଦେଶ ଆଉ ୧ ହଜାର କିଲୋମିଟର ଦୌଡ଼ି ରେକର୍ଡ କରିଛନ୍ତି ସିଙ୍ଗାପୁରର ୫୨ ବର୍ଷୀୟା ମାରାଥନ୍‌ ରେସର ନାଟ୍‌ଲୀ ଡାଉ । ୧୨ ଦିନ ଧରି ଲଗାତାର ଦୌଡ଼ି ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ନାଟଲୀ। ନାଟଲୀଙ୍କ ଏହି ମାରାଥନ ଥାଇଲ୍ୟାଣ୍ଡରୁ ଆରମ୍ଭ ହୋଇ, ପରେ ମାଲେସିଆ ଏବଂ ସିଙ୍ଗାପୁରରେ ଜୁନ୍‌ ୫ରେ ସରିଥିଲା।ତେବେ ଏହି ମାରାଥନ ରେସ୍ ତାଙ୍କ ପାଇଁ ଆଦୌ ସହଜ ନଥିଲା । ଏହି ରେସ୍‌ ତାଙ୍କ ପାଇଁ କରିବାକୁ ପଡ଼ିଥିଲା ବଡ଼ ସଂଘର୍ଷ। କାରଣ ରେସ୍‌ ସମୟରେ ଏଭଳି ସ୍ଥିତି ଆସିଥିଲା ଯେତେବେଳେ ଅତ୍ୟଧିକ ତାପମାତ୍ରା କାରଣରୁ ତାଙ୍କର ଯୋତା ତରଳି ଯାଇଥିଲା। ଏମିତିକି ପ୍ରଥମ ଦିନରୁ ସେ ହିପ୍‌ ଇନଜୁରୀରେ ପୀଡ଼ିତ ଥିଲେ। ଏମିତିକି ତୃତୀୟ ଦିନରେ ତାଙ୍କୁ ୟୁରିନ୍‌ ସଂକ୍ରମଣର ସାମ୍‌ନା କରିବାକୁ ପଡ଼ିଥିଲା । ହେଲେ ଏସବୁ ଚାଲେଞ୍ଜ ସତ୍ତ୍ବେ ସେ ଦିନକୁ ପ୍ରାୟ ୮୪ କିଲୋମିଟର ଦୌଡ଼ୁଥିଲେ। ଯାହା ପ୍ରାୟ ଦୁଇଟି ମାରାଥନ ଦୌଡ଼ିବା ସହ ସମାନ । ଏହି ୧୦୦୦ କିମି ରନିଂ ପାଇଁ ତାଙ୍କ ନାଁ ଗିନିଜ୍‌ ଓ୍ବାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହୋଇଛି।ଏହି ମାରାଥନ ଅବଧି ସମୟରେ ସେ ତାଙ୍କର ସମର୍ଥକଙ୍କୁ ନିଜର ଯାତ୍ରା ବିଷୟରେ ଅପଡେଟ୍‌ ମଧ୍ୟ ଦେଉଥିଲେ। ତାଙ୍କର ଯାତ୍ରା ସମୟରେ ଆସୁଥିବା ସଂଘର୍ଷ ବିଷୟରେ କହୁଥିଲେ। ତାଙ୍କ ଟିମ୍‌ ଏହି ରେସ୍ ସମୟରେ ସୁରକ୍ଷା ସହ ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିଲେ। ମିସ୍‌ ଡା

୧୨ ଦିନରେ ହଜାରେ କିମି ଦୌଡ଼ିଲେ ୫୨ ବର୍ଷୀୟା ମହିଳା ଆଥଲିଟ୍‌, ପ୍ରବଳ ଗରମର ତରଳିଯାଇଥିଲା ଜୋତା

ନୂଆଦିଲ୍ଲୀ: ତିନି ଦେଶ ଆଉ ୧ ହଜାର କିଲୋମିଟର ଦୌଡ଼ି ରେକର୍ଡ କରିଛନ୍ତି ସିଙ୍ଗାପୁରର ୫୨ ବର୍ଷୀୟା ମାରାଥନ୍‌ ରେସର ନାଟ୍‌ଲୀ ଡାଉ । ୧୨ ଦିନ ଧରି ଲଗାତାର ଦୌଡ଼ି ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ନାଟଲୀ। ନାଟଲୀଙ୍କ ଏହି ମାରାଥନ ଥାଇଲ୍ୟାଣ୍ଡରୁ ଆରମ୍ଭ ହୋଇ, ପରେ ମାଲେସିଆ ଏବଂ ସିଙ୍ଗାପୁରରେ ଜୁନ୍‌ ୫ରେ ସରିଥିଲା।

ତେବେ ଏହି ମାରାଥନ ରେସ୍ ତାଙ୍କ ପାଇଁ ଆଦୌ ସହଜ ନଥିଲା । ଏହି ରେସ୍‌ ତାଙ୍କ ପାଇଁ କରିବାକୁ ପଡ଼ିଥିଲା ବଡ଼ ସଂଘର୍ଷ। କାରଣ ରେସ୍‌ ସମୟରେ ଏଭଳି ସ୍ଥିତି ଆସିଥିଲା ଯେତେବେଳେ ଅତ୍ୟଧିକ ତାପମାତ୍ରା କାରଣରୁ ତାଙ୍କର ଯୋତା ତରଳି ଯାଇଥିଲା। ଏମିତିକି ପ୍ରଥମ ଦିନରୁ ସେ ହିପ୍‌ ଇନଜୁରୀରେ ପୀଡ଼ିତ ଥିଲେ। ଏମିତିକି ତୃତୀୟ ଦିନରେ ତାଙ୍କୁ ୟୁରିନ୍‌ ସଂକ୍ରମଣର ସାମ୍‌ନା କରିବାକୁ ପଡ଼ିଥିଲା । ହେଲେ ଏସବୁ ଚାଲେଞ୍ଜ ସତ୍ତ୍ବେ ସେ ଦିନକୁ ପ୍ରାୟ ୮୪ କିଲୋମିଟର ଦୌଡ଼ୁଥିଲେ। ଯାହା ପ୍ରାୟ ଦୁଇଟି ମାରାଥନ ଦୌଡ଼ିବା ସହ ସମାନ । ଏହି ୧୦୦୦ କିମି ରନିଂ ପାଇଁ ତାଙ୍କ ନାଁ ଗିନିଜ୍‌ ଓ୍ବାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହୋଇଛି।

ଏହି ମାରାଥନ ଅବଧି ସମୟରେ ସେ ତାଙ୍କର ସମର୍ଥକଙ୍କୁ ନିଜର ଯାତ୍ରା ବିଷୟରେ ଅପଡେଟ୍‌ ମଧ୍ୟ ଦେଉଥିଲେ। ତାଙ୍କର ଯାତ୍ରା ସମୟରେ ଆସୁଥିବା ସଂଘର୍ଷ ବିଷୟରେ କହୁଥିଲେ। ତାଙ୍କ ଟିମ୍‌ ଏହି ରେସ୍ ସମୟରେ ସୁରକ୍ଷା ସହ ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିଲେ। ମିସ୍‌ ଡାଉନ ଏହି ମାରାଥନରୁ ପ୍ରାୟ ୫୦ ହଜାର ଡଲାରର ଚାରିଟି ସଂଗ୍ରହ ହୋଇଛି । ଯାହାକୁ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ପାଇଁ ବ୍ୟବହାର କରାଯିବ । 

ଏନେଇ ଡାଉ କହିଛନ୍ତି ‘‘କ୍ରୀଡ଼ାରେ ମତେ ଚାଲେଞ୍ଜର ସାମ୍‌ନା କରିବାକୁ ଭଲ ଲାଗେ। ଆପଣ ପ୍ରଥମ ହୁଅନ୍ତୁ କିମ୍ବା ଅନ୍ତିମ ତାହା ଗୁରୁତ୍ବ ରଖେନାହିଁ। ଆପଣ ଏଭଳି କରୁଛନ୍ତି ଯାହା କୌଣସି ସୁପରହ୍ୟୁମାନ ଭଳି, ଯାହା ୦.୦୫ ପ୍ରତିଶତ ଲୋକେ କେବେବି କରିନଥିବେ । ଏହି ଯାତ୍ରା ଅନ୍ୟମାନଙ୍କୁ ପ୍ରେରିତ କରିବ । ଖାସ୍‌ କରି ମହିଳାଙ୍କୁ। ଯାହାଦ୍ବାରା ସେମାନେ ନିଜର ସୀମାକୁ ଚାଲେଞ୍ଜ କରିପାରିବେ।’’

ସେ ଆହୁରି କହିଛନ୍ତି ‘‘ଯାତ୍ରା ସମୟରେ ସକାଳୁ ଉଠିବା ସବୁଠାରୁ ଭୟଙ୍କର। କାରଣ ସବୁବେଳେ ଭୟ ଥାଏ ରେସ୍‌ ପୂରା ହୋଇପାରିବ ତ’ ?  ପାଦର ଯନ୍ତ୍ରଣା, ପରିବାରକୁ ଭେଟିବାର ଇଚ୍ଛା ସତ୍ତ୍ବେ ରେସ୍‌ ଜାରି ରଖିବା ସହଜ ନଥିଲା।’’