ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

ଲକ୍ଷ୍ନୌ,୧୭ା୧: ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି। ଏହି ପ୍ରତିମୂର୍ତ୍ତିକୁ ଟ୍ରକ୍‌ରେ ରଖାଯାଇଥିଲା। ଏକ ଟ୍ରକ୍‌ରେ ହଳଦିଆ ରଙ୍ଗର ପାଲ ଘୋଡ଼ାଯାଇ ସୁରକ୍ଷା ଦଳ ସହିତ ଭିତରକୁ ଅଣାଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଗର୍ଭଗୃହରେ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଆୟୋଜକ ଅନିଲ ମିଶ୍ର ଏବଂ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ […] The post ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.

ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

ଲକ୍ଷ୍ନୌ,୧୭ା୧: ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି। ଏହି ପ୍ରତିମୂର୍ତ୍ତିକୁ ଟ୍ରକ୍‌ରେ ରଖାଯାଇଥିଲା। ଏକ ଟ୍ରକ୍‌ରେ ହଳଦିଆ ରଙ୍ଗର ପାଲ ଘୋଡ଼ାଯାଇ ସୁରକ୍ଷା ଦଳ ସହିତ ଭିତରକୁ ଅଣାଯାଇଥିଲା।

Ram Mandir Ayodhya Live News Ram Temple Pran Pratishtha Ceremony 22 January Invitation Guest List

ଏହି ଅବସରରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଗର୍ଭଗୃହରେ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଆୟୋଜକ ଅନିଲ ମିଶ୍ର ଏବଂ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ବହୁ ଆଚାର୍ଯ୍ୟ ଏବଂ ପଣ୍ଡିତ ଉପସ୍ଥିତ ଥିଲେ।

ଯେତେବେଳେ ଏହି ପ୍ରତିମାକୁ ମନ୍ଦିର ପରିସରକୁ ଅଣାଯାଇଥିଲା, ସେଠାରେ ବହୁ ସଂଖ୍ୟକ ପୋଲିସ ଦଳ ଉପସ୍ଥିତ ଥିଲେ। ପୋଲିସ ବ୍ୟତୀତ ଅନ୍ୟ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଉପସ୍ଥିତ ଥିଲେ।

 

The post ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.