ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳୁଛି ନିଆଁ
ପୁରୀ ୦୧।୦୬ : ପୁରୀରେ ପୁଣି ଅଘଟଣ । ପୁରୀ ଗୁଣ୍ଡିଚା ମନ୍ଦିର ପାଖରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ମନ୍ଦିର ପାର୍ଶ୍ୱରେ ଥିବା ଫାଇବର ବ୍ୟାରିକେଡ୍ରେ ଲାଗିଛି ନିଆଁ । ଭୋର ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛି । କିଛି ପରିମାଣରେ ନିଆଁ ଆୟତ୍ତ ହୋଇଥିଲେ ସୁଦ୍ଧା ଏବେବି ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଛି ।
ପୁରୀ ୦୧।୦୬ : ପୁରୀରେ ପୁଣି ଅଘଟଣ । ପୁରୀ ଗୁଣ୍ଡିଚା ମନ୍ଦିର ପାଖରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ।
ଖବର ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ମନ୍ଦିର ପାର୍ଶ୍ୱରେ ଥିବା ଫାଇବର ବ୍ୟାରିକେଡ୍ରେ ଲାଗିଛି ନିଆଁ । ଭୋର ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛି । କିଛି ପରିମାଣରେ ନିଆଁ ଆୟତ୍ତ ହୋଇଥିଲେ ସୁଦ୍ଧା ଏବେବି ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଛି ।