କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି ବୋଲି କଙ୍ଗନା କହିଛନ୍ତି। ‘ୟୁନୋଇଆ ଫିଲ୍ମସ୍‌’ଏବଂ ‘ଫ୍ଲୋଟିଂ ରକ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ’ ପ୍ରଡକ୍ସନ ହାଉସ୍‌ର ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବ। ଦେଶଭକ୍ତିର ଥିମକୁ ନେଇ ଉକ୍ତ […] The post କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ appeared first on Dharitri Odia News.

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି ବୋଲି କଙ୍ଗନା କହିଛନ୍ତି। ‘ୟୁନୋଇଆ ଫିଲ୍ମସ୍‌’ଏବଂ ‘ଫ୍ଲୋଟିଂ ରକ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ’ ପ୍ରଡକ୍ସନ ହାଉସ୍‌ର ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବ। ଦେଶଭକ୍ତିର ଥିମକୁ ନେଇ ଉକ୍ତ ଫିଲ୍ମ ଆଧାରିତ ରହିବ ବୋଲି କଙ୍ଗନା କହିଛନ୍ତି। ଦେଶ ସ୍ବାଧୀନତାରେ ଅବଦାନ ଥିବା ସତ୍ତ୍ୱେ ମଧ୍ୟ ଚର୍ଚ୍ଚାକୁ ଆସି ନ ଥିବା ଅନେକ ନାୟକଙ୍କ କାହାଣୀ ଏହି ଫିଲ୍ମରେ ଉଲ୍ଲେଖ ରହିବ ବୋଲି ସେ କହିଛନ୍ତି। ତେବେ ଏହି ଫିଲ୍ମ କେବେ ରିଲିଜ୍‌ ହେବ, କେବେଠାରୁ ଏହାର ଶୁଟିଂ ଆରମ୍ଭ ହେବ ଏବଂ କେଉଁ କେଉଁ ଅଭିନେତା ଉକ୍ତ ଫିଲ୍ମରେ ଅଭିନୟ କରିବେ ସେନେଇ ସୂଚନା ମିଳିପାରିନାହିଁ। ସେନ୍‌ସର୍‌ସିପ୍‌ ମିଳି ନ ଥିବାରୁ କଙ୍ଗନାଙ୍କ ‘ଏମର୍ଜେନ୍ସୀ’ ଫିଲ୍ମର ରିଲିଜ୍‌ ଡେଟ୍‌କୁ ରବିବାର ସ୍ତଗିତ କରାଯାଇଥିଲା। ଏହାରି ମଧ୍ୟରେ ନୂତନ ଫିଲ୍ମ ନେଇ କଙ୍ଗନାଙ୍କ ଘୋଷଣା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି।

The post କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ appeared first on Dharitri Odia News.