ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍’
ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍ ଏବଂ ବ୍ଲ୍ୟୁ ମୁନ୍ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ପକ୍ଷରୁ କୁହାଯାଇଛି। ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ […] The post ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍’ appeared first on Dharitri Odia News.
ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍ ଏବଂ ବ୍ଲ୍ୟୁ ମୁନ୍ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ପକ୍ଷରୁ କୁହାଯାଇଛି। ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ। ସୁପରମୁନରେ ଚନ୍ଦ୍ର ସାମାନ୍ୟଠାରୁ ୩୦% ଅଧିକ ଉଜ୍ଜ୍ୱଳ ରହିବା ସହ ଆକାରରେ ୧୪% ବଡ଼ ଦେଖାଯାଇଥାଏ ବୋଲି ନାସା କହିଛି। ସେହିପରି ବ୍ଲ୍ୟୁ ମୁନ୍ ୨ ପ୍ରକାରର ହୋଇଥାଏ। ଗୋଟିଏ ଋତୁଭିତ୍ତିକ ଏବଂ ଅନ୍ୟଟି ମାସଭିତ୍ତିକ ହୋଇଥାଏ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହାର ନୀଳ ରଙ୍ଗ ସହ କୌଣସି ସମ୍ପର୍କ ନ ଥାଏ। ଯେତେବେଳେ କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଥାଏ, ତୃତୀୟ ପୂର୍ଣ୍ଣିମାକୁ ଋତୁଭିତ୍ତିକ ବା ‘ସିଜନାଲ ବ୍ଲ୍ୟୁ ମୁନ୍’ କୁହାଯାଏ। ସେହିପରି ଦ୍ୱିତୀୟ ପ୍ରକାରର ବ୍ଲ୍ୟୁ ମୁନ୍ ମାସଭିତ୍ତିକ ହୋଇଥାଏ। ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡ଼ିଥାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ମାସଭିତ୍ତିକ ବା ‘ମନ୍ଥଲି ବ୍ଲ୍ୟୁ ମୁନ୍’ କୁହାଯାଏ। ପ୍ରଥମ ଥର ପାଇଁ ୧୫୨୮ରେ ‘ମନ୍ଥଲି ବ୍ଲ୍ୟୁ ମୁନ୍’ ଦେଖାଯାଇଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୯୪୦ରୁ ଗୋଟିଏ ମାସରେ ଦ୍ୱିତୀୟ ପୂର୍ଣ୍ଣିମା ଥିବା ଦିନକୁ ମଧ୍ୟ ବ୍ଲ୍ୟୁ ମୁନ୍ କୁହାଯାଉଛି।
ଗବେଷକମାନେ କହିଛନ୍ତି ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍’ ପୂରା ବିଶ୍ୱରେ ଦେଖିବାକୁ ମିଳିବ। ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ‘ସୁପର ବ୍ଲ୍ୟୁ ମୁନ୍’କୁ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ‘ସୁପର ବ୍ଲ୍ୟୁ ମୁନ’କୁ ଦେଖିବା ପାଇଁ ଏପରି ସ୍ଥାନ ବାଛିବା ଆବଶ୍ୟକ, ଯେଉଁଠାରୁ ଆକାଶ ସଫା ଦେଖାଯାଉଥିବ ଏବଂ ବାୟୁ ପ୍ରଦୂଷଣର ମାତ୍ରା କମ୍ ଥିବ। ସହରର ଆଲୋକରୁ ଦୂରରେ ରହିଲେ ଏହା ଅଧିକ ସ୍ପଷ୍ଟ ଦେଖାଯିବ ବୋଲି ନାସାର ଅବସରପ୍ରାପ୍ତ ବୈଜ୍ଞାନିକ ଗାର୍ଡନ ଜନଶନ୍ କହିଛନ୍ତି। ଯଦିଓ ଖାଲିଆଖିରେ ସୁପର ମୁନ୍କୁ ଦେଖାଯାଇପାରିବ ତେବେ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ବାଇନାକୁଲାର ଜରିଆରେ ଚନ୍ଦ୍ରପୃଷ୍ଠର ଏହି ବିରଳ ଦୃଶ୍ୟକୁ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।
The post ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍’ appeared first on Dharitri Odia News.