ଇତିହାସ ରଚିଲା ଘୋଡ଼ା

ପୋଲିସ୍‌ ଟିମ୍‌ରେ ଘୋଡ଼ାର ଭର୍ତ୍ତି ହେବା କୌଣସି ନୂଅ ପ୍ରସଙ୍ଗ ନୁହେଁ । ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଘୋଡ଼ାକୁ ପୋଲିସ ଟିମ୍‌ର ଅଂଶ ରୂପେ ସାମିଲ କରାଯାଇଥାଏ । ହେଲେ ବର୍ତ୍ତମାନ ଗୋଟିଏ ଘୋଡ଼ା ପୋଲିସ ଟିମ୍‌ରେ ଭର୍ତ୍ତି ହୋଇ ଇତିହାସ ଫର୍ଦ୍ଦରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ଘୋଡ଼ାର ଉଚ୍ଚତା ୬ ଫୁଟ ହୋଇଥିବାବେଳେ ୫୦ ବର୍ଷର ପୋଲିସ ଫୋର୍ସ ମଧ୍ୟରେ ଏତେ ଉଚ୍ଚତାବିଶିଷ୍ଟ ଘୋଡ଼ା କେବେବି ସାମିଲ ହୋଇନଥିଲା […]

ଇତିହାସ ରଚିଲା ଘୋଡ଼ା
ଇତିହାସ ରଚିଲା ଘୋଡ଼ା

ପୋଲିସ୍‌ ଟିମ୍‌ରେ ଘୋଡ଼ାର ଭର୍ତ୍ତି ହେବା କୌଣସି ନୂଅ ପ୍ରସଙ୍ଗ ନୁହେଁ । ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଘୋଡ଼ାକୁ ପୋଲିସ ଟିମ୍‌ର ଅଂଶ ରୂପେ ସାମିଲ କରାଯାଇଥାଏ । ହେଲେ ବର୍ତ୍ତମାନ ଗୋଟିଏ ଘୋଡ଼ା ପୋଲିସ ଟିମ୍‌ରେ ଭର୍ତ୍ତି ହୋଇ ଇତିହାସ ଫର୍ଦ୍ଦରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ଘୋଡ଼ାର ଉଚ୍ଚତା ୬ ଫୁଟ ହୋଇଥିବାବେଳେ ୫୦ ବର୍ଷର ପୋଲିସ ଫୋର୍ସ ମଧ୍ୟରେ ଏତେ ଉଚ୍ଚତାବିଶିଷ୍ଟ ଘୋଡ଼ା କେବେବି ସାମିଲ ହୋଇନଥିଲା । ଘୋଡ଼ାଟି ଏତେ ଉଚ୍ଚା ଯେ ଏହାର ଉଚ୍ଚତା ଦେଖି ଯେକେହି ବି ଭୟଭୀତ ହୋଇଯିବେ,ଏଥିରେ ନିଃସନ୍ଦେହ । ଗ୍ରେଟର ମାଞ୍ଚେଷ୍ଟର ପୋଲିସର ଅଫିସିଆଲ୍‌ େୱବ୍‌ସାଇଟ୍‌ ମୁତାବକ, ପୋଲିସ ଫୋର୍ସର ଟାକଫିକାଲ୍‌ ମାଉଣ୍ଟେଡ୍‌ ୟୁନିଟ୍‌ରେ ଟ୍ରୁପର୍‌ ନାମକ ଏହି ଘୋଡ଼ାକୁ ସାମିଲ କରାଯାଇଛି । ପୂର୍ବରୁ ଘୋଡ଼ାର ନାଁ ଜୋଇ ଥିଲା, କିନ୍ତୁ ମାଉଣ୍ଟେଡ୍‌ ୟୁନିଟ୍‌ର ପରମ୍ପରା ଅନୁସାରେ ପ୍ରତ୍ୟେକ ନୂଆ ଘୋଡ଼ାକୁ ସାମିଲ କରାଯିବା ପରେ ନାମକରଣ କରାଯାଏ । ତେଣୁ ଲୋକପ୍ରିୟ ଲେଖକ ଚାର୍ଲ୍ସ ଡିକେନ୍ସଙ୍କ ନୋବେଲର ଚରିତ୍ର ଅନୁସାରେ ଟ୍ରୁପର ନାଁ ଦିଆଗଲା । ଏହି ୧୦ ବର୍ଷର ଘୋଡ଼ାର ଉଚ୍ଚତା ହେଉଛି ୬ ଫୁଟ ୨ ଇଞ୍ଚ । ତେବେ ଏହି ଘୋଡ଼ା ବିଷୟରେ ଅନ୍ୟ ଏକ ହାସ୍ୟସ୍ପଦ କଥା ଜଣାପଡ଼ିଛି । ଘୋଡ଼ାଟି ବହୁତ ବଡ଼ ହୋଇଥିବା ଖାଦ୍ୟ ମଧ୍ୟ ଅଧିକ ଖାଏ । ହେଲେ ସେ ଏତେ ଦୁର୍ଗନ୍ଧଯୁକ୍ତ ଗ୍ୟାସ୍‌ ଛାଡ଼େ ଯେ ଟାକଫିକାଲ୍‌ ମାଉଣ୍ଟେଡ୍‌ ୟୁନିଟ୍‌ରେ ତାକୁ ଝଡ଼ ବୋଲି ନାଁ ଦିଆଯାଇଥିବା ଏହି ଫୋର୍ସର ଟ୍ରେନର୍‌ ଏଲିଷ୍ଟର୍‌ ହଷ୍ଟୋନ୍‌ ପ୍ରକାଶ କରିଛନ୍ତି ।