ଭୀଷଣ ଗରମରେ ଟ୍ରକ୍ ଡ୍ରାଇଭର ରହିବେ କୁଲ୍ ! ଟାଟା ନିଜର ଟ୍ରକ୍ ପାଇଁ ଲଞ୍ଚ କଲା ଏସି ସିଷ୍ଟମ
ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ କମର୍ସିଆଲ ଭାଇକଲ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜର ପୂରା ଟ୍ରକ୍ ରେଞ୍ଜରେ ଫ୍ୟାକ୍ଟ୍ରି –ଫିଟେଡ୍ ଏୟାର କଣ୍ଡିସନିଂ ସିଷ୍ଟମ(ଏସି) ଲଞ୍ଚ କରିବାକୁ ଘୋଷଣା କରିଛି। ଏହି ଅପଗ୍ରେଡ୍ ଏସଏଫସି , ଏଲପିଟି, ଅଲ୍ଟ୍ରା , ସିଗ୍ନା ଓ ପ୍ରାଇମାର କେବିନରେ ମିଳିବ। ଏହାସହ ପ୍ରଥମ ଥର କାଉଲ ମଡେଲରେ ମଧ୍ୟ ଏହି ସୁବିଧା ଦିଆଯାଉଛି। ଟାଟା ମୋଟର୍ସ କିଛି ଭାଲ୍ୟୁ ଏଡିସନ ଫିଚର୍ସ ମଧ୍ୟ ଲଞ୍ଚ କରିଛି , ଯେଉଁଥିରେ ପାୱାର ଆଉଟପୁଟ୍କୁ ବଢା ଯାଇଛି।ଏୟାର କଣ୍ଡିସନିଂ ସିଷ୍ଟମରେ ଇକୋ ଓ ହେଭି ସେଟିଙ୍ଗ୍ ସହ ଡୁଆଲ ମୋଡ ଅପରେସନର ସୁବିଧା ଦିଆଯାଉଛି। ଯାହା ଭଲ ପରଫର୍ମେନ୍ସ ସହ ଭଲ କୁଲିଂ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି। ଟାଟା ମୋଟର୍ସ ନିଜର ଟ୍ରକ୍, ଟିପର ଓ ପ୍ରାଇମ୍ ମୁଭର ଲାଇନଅପ୍ରେ ପାୱାର ଆଉଟ୍ପୁଟ୍କୁ ବଢାଇ ୩୨୦ ହର୍ସପାୱାର କରିଛି।ଟାଟା ମୋଟର୍ସ କମର୍ସିଆଲ ଭାଇକଲ୍ସରେ ଟ୍ରକ୍ ସେକ୍ସନର ଭାଇସ୍ ପ୍ରେସିଡେଣ୍ଟ ଓ ବିଜେନେସ ହେଡ୍ ରାଜେଶ କୌଲ କହିଛନ୍ତି, ଏୟାର –କଣ୍ଡିସନ୍ଡ କେବିନ ଓ କାଉଲର ଆରମ୍ଭ ଡ୍ରାଇଭରଙ୍କ ପାଇଁ ଆରାମଦାୟକ ରାଇଡ୍ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଥିରେ ସେମାନେ ଅଧିକ ଦୂରତାର ଯାତ୍ରା ଆରାମରେ କରି ପାରିବେ। ଏଥିପାଇଁ କମ୍ପାନୀ ଗ୍ରାହକଙ୍କ ପ୍ରତିକ୍ରିୟା ଅନୁସାରେ , ସ୍ମାର୍ଟ ଇଞ୍ଜିନିୟରିଂ ମାଧ୍ୟମରେ ସିଷ୍ଟମକୁ ଡିଜାଇନ
ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ କମର୍ସିଆଲ ଭାଇକଲ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜର ପୂରା ଟ୍ରକ୍ ରେଞ୍ଜରେ ଫ୍ୟାକ୍ଟ୍ରି –ଫିଟେଡ୍ ଏୟାର କଣ୍ଡିସନିଂ ସିଷ୍ଟମ(ଏସି) ଲଞ୍ଚ କରିବାକୁ ଘୋଷଣା କରିଛି। ଏହି ଅପଗ୍ରେଡ୍ ଏସଏଫସି , ଏଲପିଟି, ଅଲ୍ଟ୍ରା , ସିଗ୍ନା ଓ ପ୍ରାଇମାର କେବିନରେ ମିଳିବ। ଏହାସହ ପ୍ରଥମ ଥର କାଉଲ ମଡେଲରେ ମଧ୍ୟ ଏହି ସୁବିଧା ଦିଆଯାଉଛି। ଟାଟା ମୋଟର୍ସ କିଛି ଭାଲ୍ୟୁ ଏଡିସନ ଫିଚର୍ସ ମଧ୍ୟ ଲଞ୍ଚ କରିଛି , ଯେଉଁଥିରେ ପାୱାର ଆଉଟପୁଟ୍କୁ ବଢା ଯାଇଛି।
ଏୟାର କଣ୍ଡିସନିଂ ସିଷ୍ଟମରେ ଇକୋ ଓ ହେଭି ସେଟିଙ୍ଗ୍ ସହ ଡୁଆଲ ମୋଡ ଅପରେସନର ସୁବିଧା ଦିଆଯାଉଛି। ଯାହା ଭଲ ପରଫର୍ମେନ୍ସ ସହ ଭଲ କୁଲିଂ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି। ଟାଟା ମୋଟର୍ସ ନିଜର ଟ୍ରକ୍, ଟିପର ଓ ପ୍ରାଇମ୍ ମୁଭର ଲାଇନଅପ୍ରେ ପାୱାର ଆଉଟ୍ପୁଟ୍କୁ ବଢାଇ ୩୨୦ ହର୍ସପାୱାର କରିଛି।

ଟାଟା ମୋଟର୍ସ କମର୍ସିଆଲ ଭାଇକଲ୍ସରେ ଟ୍ରକ୍ ସେକ୍ସନର ଭାଇସ୍ ପ୍ରେସିଡେଣ୍ଟ ଓ ବିଜେନେସ ହେଡ୍ ରାଜେଶ କୌଲ କହିଛନ୍ତି, ଏୟାର –କଣ୍ଡିସନ୍ଡ କେବିନ ଓ କାଉଲର ଆରମ୍ଭ ଡ୍ରାଇଭରଙ୍କ ପାଇଁ ଆରାମଦାୟକ ରାଇଡ୍ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଥିରେ ସେମାନେ ଅଧିକ ଦୂରତାର ଯାତ୍ରା ଆରାମରେ କରି ପାରିବେ। ଏଥିପାଇଁ କମ୍ପାନୀ ଗ୍ରାହକଙ୍କ ପ୍ରତିକ୍ରିୟା ଅନୁସାରେ , ସ୍ମାର୍ଟ ଇଞ୍ଜିନିୟରିଂ ମାଧ୍ୟମରେ ସିଷ୍ଟମକୁ ଡିଜାଇନ କରିଛି।
କହି ରଖୁଛୁ କି , ଗତ ବର୍ଷ ଜୁଲାଇରେ ହିଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଟ୍ରକ ଗୁଡି଼କର କେବିନରେ ଏୟାର କଣ୍ଡିସନିଂ (ଏସି) ସିଷ୍ଟମକୁ ଇନଷ୍ଟାଲ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ଡ୍ରାଫ୍ଟ ନୋଟିଫିକେସନକୁ ଅନୁମୋଦନ ଦେଇଥିଲେ। ସେ କହିଥିଲେ, ସଡ଼କ ସୁରକ୍ଷା ସୁନିଶ୍ଚିତ କରିବାରେ ଟ୍ରକ୍ ଚାଳକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାନ୍ତି। ଏହି ନିର୍ଣ୍ଣୟ ଟ୍ରକ୍ ଡ୍ରାଇଭରଙ୍କ ପାଇଁ ଆରାମଦାୟକ କାମ କରିବା ସ୍ଥିତି ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଯେଉଁଥିରୁ ଏଥିରେ ତାଙ୍କର ଦକ୍ଷତାରେ ସୁଧାର ହେବା ସହ ଡ୍ରାଇଭରଙ୍କ କ୍ଲାନ୍ତ ସମସ୍ୟାର ସମାଧାନ ହେବ।
ଟାଟା ମୋଟର୍ସ ନିଜର ଟ୍ରକ୍ ଗୁଡ଼ିକୁ ନୂଆ ଫିଚର୍ସ ସହ ଅପଗ୍ରେଡ୍ ମଧ୍ୟ କରିଛି। ଏହି ସିଷ୍ଟମରେ ଟ୍ରକରେ ଭଲ ମାଇଲେଜ୍ ମଧ୍ୟ ମିଳିବ, ଏହାସହ ଏଥିରେ ଅଟୋମେଟିକ୍ ଇଞ୍ଜିନ କଟ୍-ଅଫ୍ ଓ ରିୟଲ ଟାଇମ୍ ଆଲର୍ଟ ପାଇଁ ଭଏସ୍ ମେସେଜିଂ ସିଷ୍ଟମ ମଧ୍ୟ ଦିଆଯାଉଛି। କମ୍ପାନୀର କହିବାନୁସାରେ , ଏହି ଅତିରିକ୍ତ ସୁବିଧା ଗୁଡ଼ିକ ଡ୍ରାଇଭରର କାମ କରିବାର କ୍ଷମତାକୁ ଆହୁରି ମଧ୍ୟ ଭଲ କରିବ, ଯେଉଁଥିରେ ପ୍ରଡକ୍ଟିଭିଟି ବଢିବ।