ଫୁଟନ୍ତା ବାଣ ଉପରେ ବସି ଯୁବକ ମୃତ, ୬ ଗିରଫ

ବେଙ୍ଗାଲୁରୁ: ନିଆଁ, ପାଣି ଓ ପବନ ସହ ଖେଳିବା ପ୍ରାଣାନ୍ତକ ହୋଇପାରେ, ଏହି କଥାର ପ୍ରମାଣ ଚଳିତ ଦୀପାବଳି ଉତ୍ସବ ସମୟରେ ବିଭିନ୍ନ ସ୍ଥାନରେ ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଛି। ଏହି କ୍ରମରେ ବେଙ୍ଗାଲୁରୁ ସହରରେ ସାଙ୍ଗସାଥୀଙ୍କ ‘ଆହ୍ବାନ’ ସ୍ବୀକାର କରି ପୁଟନ୍ତା ବାଣ ଉପରେ ବସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, କୋନ୍ନାକୁଣ୍ଟେ ନିବାସୀ ଏମ୍‌ ଶବରୀଶ (୩୨) ଜଣେ ଦିନ ମଜୁରିଆ। ଅକ୍ଟୋବାର ୩୧ରେ ନିଜର ୬ ବନ୍ଧୁଙ୍କ ସହ ବାଣଫୁଟାଉଥିଲେ। ସମସ୍ତେ […]

ଫୁଟନ୍ତା ବାଣ ଉପରେ ବସି ଯୁବକ ମୃତ, ୬ ଗିରଫ

ବେଙ୍ଗାଲୁରୁ: ନିଆଁ, ପାଣି ଓ ପବନ ସହ ଖେଳିବା ପ୍ରାଣାନ୍ତକ ହୋଇପାରେ, ଏହି କଥାର ପ୍ରମାଣ ଚଳିତ ଦୀପାବଳି ଉତ୍ସବ ସମୟରେ ବିଭିନ୍ନ ସ୍ଥାନରେ ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଛି। ଏହି କ୍ରମରେ ବେଙ୍ଗାଲୁରୁ ସହରରେ ସାଙ୍ଗସାଥୀଙ୍କ ‘ଆହ୍ବାନ’ ସ୍ବୀକାର କରି ପୁଟନ୍ତା ବାଣ ଉପରେ ବସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, କୋନ୍ନାକୁଣ୍ଟେ ନିବାସୀ ଏମ୍‌ ଶବରୀଶ (୩୨) ଜଣେ ଦିନ ମଜୁରିଆ। ଅକ୍ଟୋବାର ୩୧ରେ ନିଜର ୬ ବନ୍ଧୁଙ୍କ ସହ ବାଣଫୁଟାଉଥିଲେ। ସମସ୍ତେ ନିଶାଗ୍ରସ୍ତ ଥିଲେ। ଫୁଟନ୍ତା ବାଣ ବକ୍ସ ଉପରେ ବସିଲେ ଏକ ଅଟୋରିକ୍ସା କିଣିଦେବୁ ନଚେତ୍‌ ସହର ଛାଡ଼ି ଚାଲିଯିବାକୁ ପଡ଼ିବ ବୋଲି କହିଥିଲେ। ଏହି ଆହ୍ବାନକୁ ସ୍ବୀକାର କରି ଶବରୀଶ ଫୁଟନ୍ତା ବାଣ ବକ୍ସ ଉପରେ ବସିଥିଲେ। ବାଣ ଫୁଟିବା ପରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ସିସିଟିଭି ଭିଡ଼ିଓଟିକୁ ଜବତ କରାଯାଇଛି। ବିଏନ୍‌ଏସ୍‌ର ଧାରା ୧୦୫ରେ ମାମଲା ରୁଜୁ କରାଯାଇ ନବୀନ କୁମାର, ଦିନକରଣ, ସାଥୟାଭେଲୁ, କାର୍ତ୍ତିକ, ସତୀଶ ଓସନ୍ତୋଷ କୁମାରଙ୍କୁ ଗିରଫ କରାଯାଇଛି।