ଇସ୍ତାନବୁଲ ନାଇଟକ୍ଲବରେ ଅଗ୍ନିକାଣ୍ଡ, ୨୯ ମୃତ
ନୂଆଦିଲ୍ଲୀ : ଇସ୍ତାନବୁଲରେ ଏକ ୧୬ ମହଲା ବିଶିଷ୍ଟ କୋଠାରେ ଆଜି ଅଗ୍ନିକାଣ୍ଡ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୧୬ ମହଲା ବିଶିଷ୍ଠ କୋଠାର ପ୍ରଥମ ଏବଂ ଦ୍ବିତୀୟ ମହଲାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତି ୧୨.୪୭ ସମୟରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନି ନିର୍ବାପଳ ଦଳ ମୁତୟନ […]

ନୂଆଦିଲ୍ଲୀ : ଇସ୍ତାନବୁଲରେ ଏକ ୧୬ ମହଲା ବିଶିଷ୍ଟ କୋଠାରେ ଆଜି ଅଗ୍ନିକାଣ୍ଡ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୧୬ ମହଲା ବିଶିଷ୍ଠ କୋଠାର ପ୍ରଥମ ଏବଂ ଦ୍ବିତୀୟ ମହଲାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତି ୧୨.୪୭ ସମୟରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନି ନିର୍ବାପଳ ଦଳ ମୁତୟନ ହେବାର କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘଟଣାରେ ୫ ଜଣ ଗିରଫ ହୋଇଥିବା ଜଣାପଡ଼ିଛି।