ଫ୍ରେସ ରଖିବ ହର୍ବାଲ ଟି’
ସକାଳର ଫ୍ରେସନେସ୍କୁ ସମସ୍ତେ ଭଲ ପାଆନ୍ତି । ତେଣୁ ସକାଳୁ ଚା’ ପିଇ ଫ୍ରେସ ହେବା ସମସ୍ତଙ୍କ ଅଭ୍ୟାସ ଥାଏ । ତେବେ ଏଭଳି କିଛି ହର୍ବାଲ ଟି ରହିଛି, ଯାହା ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ସହିତ ଆମକୁ ଫ୍ରେସ ମଧ୍ୟ ରଖିଥାଏ । ଏହି ସବୁ ଚା’ରେ କ୍ୟାଲୋରୀ ଖୁବ କମ ଥାଏ, ତେଣୁ ଏହା ଦେହ ପାଇଁ ଖୁବ ଉପକାରୀ । – ହନି ଲେମନ ଜିଞ୍ଜର ଟି ଏହାକୁ ସକାଳୁ ପିଇବା […]

ସକାଳର ଫ୍ରେସନେସ୍କୁ ସମସ୍ତେ ଭଲ ପାଆନ୍ତି । ତେଣୁ ସକାଳୁ ଚା’ ପିଇ ଫ୍ରେସ ହେବା ସମସ୍ତଙ୍କ ଅଭ୍ୟାସ ଥାଏ । ତେବେ ଏଭଳି କିଛି ହର୍ବାଲ ଟି ରହିଛି, ଯାହା ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ସହିତ ଆମକୁ ଫ୍ରେସ ମଧ୍ୟ ରଖିଥାଏ । ଏହି ସବୁ ଚା’ରେ କ୍ୟାଲୋରୀ ଖୁବ କମ ଥାଏ, ତେଣୁ ଏହା ଦେହ ପାଇଁ ଖୁବ ଉପକାରୀ ।
– ହନି ଲେମନ ଜିଞ୍ଜର ଟି
ଏହାକୁ ସକାଳୁ ପିଇବା ଆମ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । ଅଦା ଓ ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ୍ ସି ରହିଥାଏ, ଯାହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ତେଣୁ ଯଦି ଚା’ ପିଇବା ଅଭ୍ୟାସ ଅଛି, ତେବେ ସକାଳୁ ଏହାକୁ ନିଜ ରୁଟିନ୍ରେ ସାମିଲ କରନ୍ତୁ ।
-ହିବିକସ୍ ଫ୍ଲାୱାର୍ ଟି
ଏହି ଚା’ ଟେଷ୍ଟ ଟିକେ ଭିନ୍ନ ଥାଏ ହେଲେ ଏହା ଆମ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ଆମର ହାର୍ଟ ହେଲଥ୍ ପାଇଁ ଖୁବ ଭଲ । ଏହା ଆମର ରକ୍ତ ପ୍ରବାହକୁ ସରଳ କରିଥାଏ, ଯାହା ଫଳରେ ଆମର କୋଲେଷ୍ଟ୍ରୋଲ ଲେବଲ କମ ରହିଥାଏ । ଏହା ବିଭିନ୍ନ ସଂକ୍ରମଣ ପାଇଁ ମଧ୍ୟ ଉପକାରୀ ।
– ପୋଦିନା ଓ ଅଦା ଚା’
ପୋଦିନା ଓ ଅଦା ଆମର ଓଭରାଲ ହେଲଥ ପାଇଁ ଖୁବ ଭଲ । ଏହା ଆମର ପେଟର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । କେବଳ ଶାରୀରିକ ସମସ୍ୟା ନୁହେଁ ଏହା ଆମର ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ସକାଳର ମୁଡ୍କୁ ଠିକ କରିବାରେ ଏହି ଚା’ ସହାୟକ ହୋଇଥାଏ ।
– ହଳଦୀ ଚା’
ଚା’ରେ ହଳଦୀ ଶୁଣିବାକୁ ଭିନ୍ନ ଲାଗିଲେ ମଧ୍ୟ ଏହା ଆମ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । ହଳଦୀରେ ଥିବା କୁର୍କୁମିନ୍ କମ୍ପାଉଣ୍ଡର ଅନେକ ସ୍ୱାସ୍ଥ୍ୟକର ଗୁଣ ରହିଥାଏ । ଏହା ଏକ ଇମୁ୍ୟନିଟି ବୁଷ୍ଟର ଭାବେ କାର୍ଯ୍ୟ କରିଥାଏ । ଏହାସହିତ ପେଟର ସମସ୍ୟା ଦୂର କରିବାରେ ମଧ୍ୟ ଏହି ଚା’ ସହାୟକ ହୋଇଥାଏ, ତେଣୁ ଏହାକୁ ନିଜ ରୁଟିନ୍ରେ ସାମିଲ କରନ୍ତୁ ।