ତାମିଲନାଡ଼ୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ତାମିଲନାଡ଼ୁରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ଭୋର ୩.୩୦ ସମୟରେ ଏକ କାର ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି କାର୍ତିକ, ବେଲ ମନୋଜ, ସୁବ୍ରମଣି, ମନୋହରଣ ଏବଂ ପୋଥିରାଜ। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଯାଇଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। […]

ତାମିଲନାଡ଼ୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ତାମିଲନାଡ଼ୁରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ଭୋର ୩.୩୦ ସମୟରେ ଏକ କାର ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି କାର୍ତିକ, ବେଲ ମନୋଜ, ସୁବ୍ରମଣି, ମନୋହରଣ ଏବଂ ପୋଥିରାଜ। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଯାଇଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗତ ଜାନୁଆରି ୨୪ରେ ତାମିଲନାଡ଼ୁର ଧର୍ମପୁରୀ ଜିଲ୍ଲାର ଥୋପ୍ପୁର ଘାଟ ରୋଡ୍ରେ ଦୁର୍ଘଟଣା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଆହତ ହୋଇଥିଲେ।