ସ୍କୁଲ୍ ହଷ୍ଟେଲ୍ ରୁମ୍ରେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ତଣ୍ଟି ଚିପି ହତ୍ୟା, ୫ ଗିରଫ
ହାଥରସ: ଉତ୍ତରପ୍ରଦେଶର ହାଥରସରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍କୁଲ ହଷ୍ଟେଲ ରୁମ୍ରେ ୩ ଜଣ ଲୋକ ବାଳକକୁ ତଣ୍ଟି ଚିପି ହତ୍ୟା କରିଥିଲେ। ସ୍କୁଲର ମାଲିକ, ଯାହାଙ୍କ ବାପା ଗୁଣିଗାରେଡ଼ି କରନ୍ତି, ସେ ‘ନରବଳି’ ଦେବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏକ […]

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍କୁଲ ହଷ୍ଟେଲ ରୁମ୍ରେ ୩ ଜଣ ଲୋକ ବାଳକକୁ ତଣ୍ଟି ଚିପି ହତ୍ୟା କରିଥିଲେ। ସ୍କୁଲର ମାଲିକ, ଯାହାଙ୍କ ବାପା ଗୁଣିଗାରେଡ଼ି କରନ୍ତି, ସେ ‘ନରବଳି’ ଦେବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବିଦ୍ୟାଳୟର ମାଲିକ, ନିଦ୍ଦେର୍ଶକ ଓ ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ସେପ୍ଟେମ୍ବର ୬ ତାରିଖରେ ଅନ୍ୟ ଜଣେ ବାଳକକୁ ବଳି ଦେବାକୁ ଯୋଜନା କରିଥିଲା। ତେବେ ବାଳକ ଜଣକ ଚିତ୍କାର କରି ଫେରାର ହୋଇଯିବାରୁ ଏହି ଯୋଜନା ବିଫଳ ହୋଇଥିଲା। ପରେ ଡାକ୍ତରୀ ମାଇନାରେ ବାଳକର ଗଳା ଚିପି ମାରିବାକୁ ଚେଷ୍ଟା କରାଯାଇଥିବା ଜଣା ପଡ଼ିଥିଲା। ସେପ୍ଟେମ୍ବର ୨୨ ତାରିଖରେ ଅଭିଯୁକ୍ତମାନେ ସ୍କୁଲ ପଛପଟେ ଥିବା ଏକ ନଳକୂପ ନିକଟରେ ବଳି ଦେବା ଉଦ୍ଦେଶ୍ୟରେ ପୁଣି ଥରେ ତାନ୍ତ୍ରିକ ବିଧି ଆରମ୍ଭ କରିଥିଲେ। ହଷ୍ଟେଲରେ ଶୋଇଥିବା ପିଲାଟିକୁ ନିଦ୍ରିତ ଅବସ୍ଥାରେ ସେଠାକୁ ନିଆଯାଉଥିବା ବେଳେ ସେ ଉଠିପଡ଼ିବାରୁ ଅଭିଯୁକ୍ତମାନେ ଭୟଭୀତ ହୋଇ ହଷ୍ଟେଲ ଭିତରେ ତାକୁ ଗଳା ଚିପି ହତ୍ୟା କରିଥିଲେ। ଅଧିକ ଅନୁସନ୍ଧାନ ପରେ ନଳକୂପ ନିକଟରୁ ପୂଜା ସାମଗ୍ରୀ ଆବିଷ୍କାର ହୋଇଥିଲା, ଯାହା ତାନ୍ତ୍ରିକ କ୍ରିୟାର ଦାବିକୁ ସମର୍ଥନ କରେ। ଏହି ଅପରାଧ ପଛରେ ଅନ୍ଧବିଶ୍ୱାସ ରହିଥିବା ପୁଲିସ ଅନୁମାନ କରୁଛି।