ଏବେ ଜେଲରୁ ସରକାର ଚଳାଇବେ କେଜରିଓ୍ଵାଲ, ସ୍ଥିତି ସ୍ପଷ୍ଟ କଲା ଆମ୍ ଆଦମୀ ପାର୍ଟି
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାତି ପ୍ରାୟ ୯ଟାରେ ଗିରଫ କରିଛି। ଏହା ପୂର୍ବରୁ ଇଡି କେଜରିଓ୍ଵାଲଙ୍କ ଘରେ ପହଞ୍ଚି ପାଖାପାଖି ଦୁଇ ଘଣ୍ଟା ଜେରା କରିଥିଲା। ଘରର ତଲାସି ପରେ କେନ୍ଦ୍ରୀୟ ଏଜେନ୍ସି କେଜରିଓ୍ଵାଲଙ୍କୁ ଗିରଫ କରିଛି। ଏହା ପ୍ରଥମ ଏମିତି ମାମଲା ଯେଉଁଠି ପଦରେ ଥାଇ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରର କଣ ହେବ ? କିଏ ସରକାର ଚଳାଇବ ? ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ସ୍ପଷ୍ଟ ଆଭିମୁଖ୍ୟ ଜାହିର କରିଛି ଏବଂ କହିଛି କେଜରିଓ୍ଵାଲ ଜେଲରୁ ସରକାର ଚଳାଇବେ। ଅର୍ଥାତ ସେ ପଦରୁ ଇସ୍ତଫା ଦେବେ ନାହିଁ।ଉଲ୍ଲେଖନୀୟ ଗତ ବର୍ଷ ନଭେମ୍ବର ୨ରୁ ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅରବିନ୍ଦ କେଜରିଓ୍ଵାଲଙ୍କୁ ଜେରା ପାଇଁ ଇଡି ୯ଟି ସମନ ଜାରି କରିଥିଲା। ମାତ୍ର କେଜରିଓ୍ଵାଲ କୌଣସି ନା କୌଣସି ବାହାନା ଦେଖାଇ ଇଡିରେ ହାଜର ହୋଇ ନ ଥିଲେ। ନବମ ସମନ ମିଳିବା ପରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିଓ୍ଵାଲ। ସେ ଦାବି କରିଥିଲେ ଯଦି ସେ ଇଡିରେ ହାଜର ହେବେ ତେବେ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଉ। କିନ୍ତୁ କୋର୍ଟରୁ କେଜରିଓ୍ଵାଲଙ୍କୁ କୌଣସି ଆଶ୍ଵସ୍ତି ମିଳି ନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାତି ପ୍ରାୟ ୯ଟାରେ ଗିରଫ କରିଛି। ଏହା ପୂର୍ବରୁ ଇଡି କେଜରିଓ୍ଵାଲଙ୍କ ଘରେ ପହଞ୍ଚି ପାଖାପାଖି ଦୁଇ ଘଣ୍ଟା ଜେରା କରିଥିଲା। ଘରର ତଲାସି ପରେ କେନ୍ଦ୍ରୀୟ ଏଜେନ୍ସି କେଜରିଓ୍ଵାଲଙ୍କୁ ଗିରଫ କରିଛି। ଏହା ପ୍ରଥମ ଏମିତି ମାମଲା ଯେଉଁଠି ପଦରେ ଥାଇ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରର କଣ ହେବ ? କିଏ ସରକାର ଚଳାଇବ ? ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ସ୍ପଷ୍ଟ ଆଭିମୁଖ୍ୟ ଜାହିର କରିଛି ଏବଂ କହିଛି କେଜରିଓ୍ଵାଲ ଜେଲରୁ ସରକାର ଚଳାଇବେ। ଅର୍ଥାତ ସେ ପଦରୁ ଇସ୍ତଫା ଦେବେ ନାହିଁ।
ଉଲ୍ଲେଖନୀୟ ଗତ ବର୍ଷ ନଭେମ୍ବର ୨ରୁ ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅରବିନ୍ଦ କେଜରିଓ୍ଵାଲଙ୍କୁ ଜେରା ପାଇଁ ଇଡି ୯ଟି ସମନ ଜାରି କରିଥିଲା। ମାତ୍ର କେଜରିଓ୍ଵାଲ କୌଣସି ନା କୌଣସି ବାହାନା ଦେଖାଇ ଇଡିରେ ହାଜର ହୋଇ ନ ଥିଲେ। ନବମ ସମନ ମିଳିବା ପରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିଓ୍ଵାଲ। ସେ ଦାବି କରିଥିଲେ ଯଦି ସେ ଇଡିରେ ହାଜର ହେବେ ତେବେ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଉ। କିନ୍ତୁ କୋର୍ଟରୁ କେଜରିଓ୍ଵାଲଙ୍କୁ କୌଣସି ଆଶ୍ଵସ୍ତି ମିଳି ନ ଥିଲା। ଏବେ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି ଆମ୍ ଆଦମୀ ପାର୍ଟି।
କଣ କହୁଛି ନିୟମ ?
ଏବେ ପ୍ରଶ୍ନ ଉଠୁଛି କଣ ଗିରଫଦାରୀ ପରେ କେଜରିଓ୍ଵାଲ ଜେଲ୍ରୁ ସରକାର ଚଳାଇ ପାରିବେ ? କଣ ଏବେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ରହି ପାରିବେ ? ଦେଶରେ ଏମିତି କୌଣସି ନିୟମ ନାହିଁ ଯାହା କୌଣସି ପାର୍ଟି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଲରୁ ସରକାର ଚଳାଇବାରେ ରୋକି ପାରିବ। ଭାରତର ସମ୍ବିଧାନରେ ଏହା ଉପରେ ସ୍ଥିତି ସ୍ପଷ୍ଟ କରାଯାଇ ନାହିଁ। ଆଇନରେ ଏହା ରହିଛି ଯେ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ କୌଣସି ବି ନେତା ଜେଲରେ ରହି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ପଦରେ ରହି ପାରିବେ। ଏହା ସହିତ ସରକାର ବି ଚଳାଇ ପାରିବେ। ଏହି ହିସାବରେ ଏବେ ଅରବିନ୍ଦ କେଜରିଓ୍ଵାଲଙ୍କୁ ଜେଲ୍ରୁ ଦିଲ୍ଲୀର ସରକାର ଚଳାଇବାରେ ଆଇନତଃ କୌଣସି ଅସୁବିଧା ହେବ ନାହିଁ।
ଜେଲରୁ ସରକାର ଚଳାଇବେ କେଜରିଓ୍ଵାଲ
ଆପ୍ ପାର୍ଟିର ସ୍ପଷ୍ଟ କହିବା କଥା କେଜରିଓ୍ଵାଲ ଜେଲ୍ରୁ ଦିଲ୍ଲୀ ସରକାର ଚଳାଇବେ। ଆପ୍ ନେତା ତଥା ଦିଲ୍ଲୀ ସରକାରର ମନ୍ତ୍ରୀ ସୌରଭ ଭରଦ୍ଵାଜ କହିଛନ୍ତି, ବରିଷ୍ଠ ନେତାଙ୍କ ଦ୍ଵାରା ଆଲୋଚନା କରାଯିବ। ପୁରା ଜେଲ୍ରେ ଥିବାରୁ ଏବେ ସରକାର ଓ ପାର୍ଟି ଜେଲରୁ ଚାଲିବ। ବିଜେପି ମଧ୍ୟ ଚାହୁଁଛି ସମସ୍ତେ ଜେଲରେ ରୁହନ୍ତୁ। ବିଜେପି ଚାହେଁ ମାଗଣା ଶିକ୍ଷା, ମାଗଣା ବିଜୁଳି, ମାଗଣା ପାଣି, ମାଗଣା ତୀର୍ଥ ଯାତ୍ରା, ହସ୍ପିଟାଲ୍ ସବୁ ବନ୍ଦ ହୋଇଯାଉ। ମାତ୍ର ଅରବିନ୍ଦ କେଜରିଓ୍ଵାଲ ବିଜେପିକୁ ଏମିତି କରିବାକୁ ଦେବେ ନାହିଁ।