ବାରହା ଆକ୍ରମଣରେ ଛେଳିଚରାଳି ବୃଦ୍ଧ ଗୁରୁତର

ଆନନ୍ଦପୁର: ଘଷିପୁରା ଥାନା ମଇଁସାବାହାଳୀ ଅଞ୍ଚଳରେ ବାରହା ଆତଙ୍କ। ପୂର୍ବରୁ ଗୋରୁ ଗାଈଙ୍କୁ ଆକ୍ରମଣ କରୁଥିବା ଏକ ଜଙ୍ଗଲୀ ବାର୍‌ହା ଏବେ ମଣିଷକୁ କରିଛି ଆକ୍ରମଣ। ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ।ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ବୃଦ୍ଧ ନାରାୟଣ ହାସଦା ଛେଳି ଚରାଇବାକୁ ଯାଇଥିବାବେଳେ ତାଙ୍କୁ ଏହି ବାର୍‌ହାଟି ଆକ୍ରମଣ କରିଥିଲା। ଯେଉଁଥିରେ ଗୁରୁତର ହୋଇପଡ଼ିଥିଲେ ନାରାୟଣ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଅନ୍ୟପଟେ ଦୀର୍ଘଦିନ ଧରି ଗାଁ ନିକଟରେ ରହି ବାରହାଟି ବାରମ୍ବାର ଗୃହପାଳିତ ପଶୁ ଓ ମଶିଷଙ୍କୁ ଆକ୍ରମଣ କରୁଥିବାର ନଜିର୍ ରହିଥିଲେ ମଧ୍ୟ ବନବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ। ଏହା ସହ ତୁରନ୍ତ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ବାରହା ଆକ୍ରମଣରେ ଛେଳିଚରାଳି ବୃଦ୍ଧ ଗୁରୁତର 

ବାରହା ଆକ୍ରମଣରେ ଛେଳିଚରାଳି ବୃଦ୍ଧ ଗୁରୁତର

ଆନନ୍ଦପୁର: ଘଷିପୁରା ଥାନା ମଇଁସାବାହାଳୀ ଅଞ୍ଚଳରେ ବାରହା ଆତଙ୍କ। ପୂର୍ବରୁ ଗୋରୁ ଗାଈଙ୍କୁ ଆକ୍ରମଣ କରୁଥିବା ଏକ ଜଙ୍ଗଲୀ ବାର୍‌ହା ଏବେ ମଣିଷକୁ କରିଛି ଆକ୍ରମଣ। ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ବୃଦ୍ଧ ନାରାୟଣ ହାସଦା ଛେଳି ଚରାଇବାକୁ ଯାଇଥିବାବେଳେ ତାଙ୍କୁ ଏହି ବାର୍‌ହାଟି ଆକ୍ରମଣ କରିଥିଲା। ଯେଉଁଥିରେ ଗୁରୁତର ହୋଇପଡ଼ିଥିଲେ ନାରାୟଣ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଦୀର୍ଘଦିନ ଧରି ଗାଁ ନିକଟରେ ରହି ବାରହାଟି ବାରମ୍ବାର ଗୃହପାଳିତ ପଶୁ ଓ ମଶିଷଙ୍କୁ ଆକ୍ରମଣ କରୁଥିବାର ନଜିର୍ ରହିଥିଲେ ମଧ୍ୟ ବନବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ। ଏହା ସହ ତୁରନ୍ତ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ବାରହା ଆକ୍ରମଣରେ ଛେଳିଚରାଳି ବୃଦ୍ଧ ଗୁରୁତର