ଇରାନର ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ, ୪୦୦ରୁ ଅଧିକ ଲୋକ ଆହତ

ନୂଆଦିଲ୍ଲୀ: ଆମେରିକା ସହ ନୂଆ ପରମାଣୁ ଚୁକ୍ତିକୁ ନେଇ ଚର୍ଚ୍ଚା ଭିତରେ ଇରାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଇରାନର ଏକ ବନ୍ଦରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମନାକୁ ଆସୁଛି । ସରକାରୀ ମିଡିଆ ଅନୁସାରେ ଶନିବାର ଇରାନର ଅବ୍ବାସ ସହରରେ ସାହିଦ ରାଜାଇ ବନ୍ଦରରେ ଭୟଙ୍କର ବିସ୍ଫୋରଣ ହୋଇଛି, ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି । ନିଆଁ ଲିଭାଇବା ପାଇଁ ବନ୍ଦରର ସମସ୍ତ କାର୍ଯ୍ୟକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି । ବିସ୍ଫୋରଣ ପରେ ବନ୍ଦରରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, 'ଶାହିଦ ରାଜାଇ ପୋର୍ଟ ନିକଟ ସମୁଦ୍ର କୂଳରେ ରଖାଯାଇଥିବା କଣ୍ଟେନରରେ ବିସ୍ଫୋଟକ ଥିଲା । ଏହି କାରଣରୁ ବିସ୍ଫୋରଣ ଘଟିଛି । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପହଞ୍ଚାଯାଉଛି ।' ଇରାନୀ ମିଡିଆ ଅନୁସାରେ ବିସ୍ଫୋରଣ ପରେ ଇରାନର ସୀମା ଶୁଳ୍କ ପ୍ରାଧିକରଣ ସବୁ କଷ୍ଟମ କାର୍ଯ୍ୟାଳୟକୁ ଆଦେଶ ଦେଇ ବନ୍ଦରକୁ ଆସୁଥିବା ଓ ଟ୍ରାଞ୍ଜିଟ୍ ଶପିମେଣ୍ଟ ପଠାଇବା ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବର୍ତ୍ତର ରହିବ ।A blast occurs at Shahid Rajaee Port in Bandar Abbas, southern IranCheck back shortly for more informati

ଇରାନର ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ, ୪୦୦ରୁ ଅଧିକ ଲୋକ ଆହତ

ନୂଆଦିଲ୍ଲୀ: ଆମେରିକା ସହ ନୂଆ ପରମାଣୁ ଚୁକ୍ତିକୁ ନେଇ ଚର୍ଚ୍ଚା ଭିତରେ ଇରାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଇରାନର ଏକ ବନ୍ଦରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମନାକୁ ଆସୁଛି । ସରକାରୀ ମିଡିଆ ଅନୁସାରେ ଶନିବାର ଇରାନର ଅବ୍ବାସ ସହରରେ ସାହିଦ ରାଜାଇ ବନ୍ଦରରେ ଭୟଙ୍କର ବିସ୍ଫୋରଣ ହୋଇଛି, ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି । ନିଆଁ ଲିଭାଇବା ପାଇଁ ବନ୍ଦରର ସମସ୍ତ କାର୍ଯ୍ୟକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି । ବିସ୍ଫୋରଣ ପରେ ବନ୍ଦରରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, 'ଶାହିଦ ରାଜାଇ ପୋର୍ଟ ନିକଟ ସମୁଦ୍ର କୂଳରେ ରଖାଯାଇଥିବା କଣ୍ଟେନରରେ ବିସ୍ଫୋଟକ ଥିଲା । ଏହି କାରଣରୁ ବିସ୍ଫୋରଣ ଘଟିଛି । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପହଞ୍ଚାଯାଉଛି ।' ଇରାନୀ ମିଡିଆ ଅନୁସାରେ ବିସ୍ଫୋରଣ ପରେ ଇରାନର ସୀମା ଶୁଳ୍କ ପ୍ରାଧିକରଣ ସବୁ କଷ୍ଟମ କାର୍ଯ୍ୟାଳୟକୁ ଆଦେଶ ଦେଇ ବନ୍ଦରକୁ ଆସୁଥିବା ଓ ଟ୍ରାଞ୍ଜିଟ୍ ଶପିମେଣ୍ଟ ପଠାଇବା ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବର୍ତ୍ତର ରହିବ ।

ଅନ୍ୟପଟେ ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ କଳା ଧୂଆଁର ଆସ୍ତରଣ ଦେଖିବାକୁ ମିଳୁଛି । ରାଜାଇ ବନ୍ଦରରେ ହୋଇଥିବା ଏହି ବିସ୍ଫୋରଣ ଯୋଗୁଁ ଅନେକ କିଲୋମିଟର ଯାଏ ଘରର କାଚ ଭାଙ୍ଗିଯାଇଛି । ନିଆଁର ଧୂଆଁକୁ ବି ଅନେକ ଲିକୋମିଟର ଦୂର ଯାଏ ନଜର ଆସିଥିଲା ।