ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ବର ମଧ୍ୟ ପାଇଁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତର ପାଇଁ ଅଶୋକ ଦାସଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ କଂଗ୍ରେସ ୧୨୨ ଆସନରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଏବେ ମୋଟ ୧୨୬ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। […] The post ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ appeared first on Dharitri Odia News.

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ବର ମଧ୍ୟ ପାଇଁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତର ପାଇଁ ଅଶୋକ ଦାସଙ୍କ ନାମ ଘୋଷଣା କରାଯାଇଛି।

ପୂର୍ବରୁ କଂଗ୍ରେସ ୧୨୨ ଆସନରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଏବେ ମୋଟ ୧୨୬ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି।

ସେହିପରି ମୋଟ ୧୭ ଲୋକ ସଭା ଆସନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ବାକି ଆସନ ପାଇଁ ମଧ୍ୟ ଖୁବ୍‌ ଶୀଘ୍ର ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି।

 

The post ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ appeared first on Dharitri Odia News.