ମହାରାଷ୍ଟ୍ର: ଗଡ଼ଚିରୋଲିରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଟଳିଲେ ୪ ନକ୍ସଲ

ଛତିଶଗଡ଼କୁ ଲାଗିଥିବା ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଭାମରାଗଡ଼ ତହସିଲରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାବାହିନୀଙ୍କ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷାବାହିନୀର ଯବାନ ମଧ୍ୟ ଆହତ ହୋଇଛନ୍ତି । ସୂତ୍ରରୁ ଜଣାପଡ଼ିଛି, ଏନକାଉଣ୍ଟର ସ୍ଥଳକୁ ନକ୍ସଲ ବିରୋଧୀ ସ୍ଵତନ୍ତ୍ର ସ୍କାଡ୍ ସି-୬୦କୁ ପଠାଯାଇଛି । ଏହି ଏନକାଉଣ୍ଟରରେ ନକ୍ସଲମାନଙ୍କୁ ପ୍ରବଳ କ୍ଷତି ହେବାର ଆଶଙ୍କା […] The post ମହାରାଷ୍ଟ୍ର: ଗଡ଼ଚିରୋଲିରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଟଳିଲେ ୪ ନକ୍ସଲ appeared first on KNews Odisha.

ମହାରାଷ୍ଟ୍ର: ଗଡ଼ଚିରୋଲିରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଟଳିଲେ ୪ ନକ୍ସଲ
naxal

ଛତିଶଗଡ଼କୁ ଲାଗିଥିବା ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଭାମରାଗଡ଼ ତହସିଲରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାବାହିନୀଙ୍କ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷାବାହିନୀର ଯବାନ ମଧ୍ୟ ଆହତ ହୋଇଛନ୍ତି ।

ସୂତ୍ରରୁ ଜଣାପଡ଼ିଛି, ଏନକାଉଣ୍ଟର ସ୍ଥଳକୁ ନକ୍ସଲ ବିରୋଧୀ ସ୍ଵତନ୍ତ୍ର ସ୍କାଡ୍ ସି-୬୦କୁ ପଠାଯାଇଛି । ଏହି ଏନକାଉଣ୍ଟରରେ ନକ୍ସଲମାନଙ୍କୁ ପ୍ରବଳ କ୍ଷତି ହେବାର ଆଶଙ୍କା ରହିଛି । ଭାମରାଗଡ଼ ତହସିଲର କୋପରି ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ତେବେ ସୁରକ୍ଷାବାହିନୀଙ୍କୁ ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଥିବାର ଗୁପ୍ତ ସୂଚନା ମିଳିଥିଲା । ଏହାପରେ ଜଙ୍ଗଲରେ ଅପରେସନ ଆରମ୍ଭ କରାଯାଇଥିଲା ।

କହି ରଖୁଛୁ, ନିକଟରେ ତେଲଙ୍ଗାନା ପୋଲିସ ଜଣେ ମହିଳା ନକ୍ସଲଙ୍କୁ ଗିରଫ କରିଥିଲା । ତାଙ୍କ ଉପରେ ପୋଲିସ ୧ କୋଟିର ପୁରସ୍କାର ରଖିଥିଲା । ସେ ଛତିଶଗଡ଼ର ସୁକମାରେ ହୋଇଥିବା ଅନେକ ବଡ଼ ନକ୍ସଲ ଘଟଣାରେ ସମ୍ପୃକ୍ତ ଥିଲେ ।

The post ମହାରାଷ୍ଟ୍ର: ଗଡ଼ଚିରୋଲିରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଟଳିଲେ ୪ ନକ୍ସଲ appeared first on KNews Odisha.