ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ହତ୍ୟା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରକୁ ଆମେରିକାରେ ହତ୍ୟା କରାଯାଇଛି । ଆମେରିକୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଭାରତ ସରକାର ପୂର୍ବରୁ ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି ବହୁ ଅପରାଧରେ ସାମିଲ ଥିଲା। ବିଦେଶରେ […] The post ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା appeared first on KNews Odisha.

ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ହତ୍ୟା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରକୁ ଆମେରିକାରେ ହତ୍ୟା କରାଯାଇଛି । ଆମେରିକୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି ।

ଭାରତ ସରକାର ପୂର୍ବରୁ ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି ବହୁ ଅପରାଧରେ ସାମିଲ ଥିଲା। ବିଦେଶରେ ରହି ନିଜର ଅପରାଧ ନେଟୱର୍କ ପରିଚାଳନା କରୁଥିବା ଗୋଲ୍ଡି ନିଜ ସମ୍ପର୍କୀୟ ଭାଇ ଗୁରୁଲାଲ ବ୍ରାରକୁ ହତ୍ୟା କରି ଅପରାଧ ଦୁନିଆରେ ପାଦ ଦେଇଥିଲା । କାନାଡାରେ ରହୁଥିବା କିଛି ଖଲ୍ଲିସ୍ତାନୀ ଆତଙ୍କବାଦୀଙ୍କ ସହ ମଧ୍ୟ ତାର ସମ୍ପର୍କ ରହିଥିଲା। ଅସ୍ତ୍ରଶସ୍ତ୍ର ଚୋରାଚାଲାଣରେ ମଧ୍ୟ ସଂପୃକ୍ତ ଥିଲା ଗୋଲ୍ଡି। ୨୦୨୨ ଜୁନ ୧୫ ତାରିଖରେ ଗୋଲ୍ଡି ବିରୋଧରେ ଇଣ୍ଟରପୋଲ ଲୁକ୍ ଆଉଟ ନୋଟିସ ଜାରି କରିଥିଲା। ହତ୍ୟା, ହତ୍ୟା ପାଇଁ ଷଡ଼ଯନ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ପାଇଁ ଗୋଲ୍ଡି ବ୍ରାର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା।

 

The post ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା appeared first on KNews Odisha.