୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ
ରାଉରକେଲା : ରାଉରକେଲାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ । ପ୍ରାୟ ୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ବିନା ଲାଇସେନ୍ସରେ ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ଜଣକୁ ଅଟକ ରଖାଯାଇଛି । ଏକ ଘରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ନେଇ ସୂଚନା ମିଳିଥିଲା । ସହରାଞ୍ଚଳରେ ବାଣ ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅସୁରକ୍ଷିତ […] The post ୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ appeared first on KNews Odisha.

ରାଉରକେଲା : ରାଉରକେଲାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ । ପ୍ରାୟ ୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ବିନା ଲାଇସେନ୍ସରେ ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ଜଣକୁ ଅଟକ ରଖାଯାଇଛି । ଏକ ଘରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ନେଇ ସୂଚନା ମିଳିଥିଲା । ସହରାଞ୍ଚଳରେ ବାଣ ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅସୁରକ୍ଷିତ ଭାବରେ ଜନବସତି ଭିତରେ ବିପୁଳ ପରିମାଣର ବାଣ ମହଜୁଦ ରଖାଯାଇଥିଲା । ଆଜି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ଚଢାଉ କରି ବାଣ ଜବତ କରିବା ସହ ସୀତାକାନ୍ତ ଭଞ୍ଜ ନାମକ ବ୍ୟକ୍ତିକୁ ଅଟକ ରଖିଛି ।
The post ୮ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ appeared first on KNews Odisha.