ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ

ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।

ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ

ରଣକ୍ଷେତ୍ର ପାଲଟିଲା ପୌରପାଳିକା ବୈଠକ। ପରସ୍ପରକୁ ବିଧା ଗୋଇଠା ମାରିଲେ କାଉନସିଲର। କାହା କଥା କେହି ଶୁଣିଲେନି। ୨୦ ମିନିଟ ଧରି ସଭା ଗୃହରେ ଦେଖିବାକୁ ମିଳିଲା ହାତାହାତି। ଚଣ୍ଡିଗଡ଼ ମ୍ୟୁନସିପାଲ କର୍ପୋରେସନ ବୈଠକରେ ଏପରି ଘଟଣା ଘଟିଛି। ବିଜେପି ଓ କଂଗ୍ରେସ କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି।

ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା। ଶାହଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ଆପ୍‌ର କାଉନସିଲରମାନେ ଗୋଟିଏ ପ୍ରସ୍ତାବ ପାରିତ କରିଥିଲେ।

ତେବେ ଏହାକୁ ବିଜେପି କାଉନସିଲରମାନେ ବିରୋଧ କରିଥିଲେ। ଜବାହର ଲାଲ ନେହରୁଙ୍କ ସମୟରେ କଂଗ୍ରେସ କେମିତି ଆମ୍ବେଦକରଙ୍କୁ ହଇରାଣ କରିଥିଲା, ସେକଥା ବିଜେପି ପକ୍ଷରୁ କୁହାଯାଇଥିଲା।

ଆରୋପ୍ରତ୍ୟାରୋପ ଯୋଗୁ ସ୍ଥିତି ପୂରା ଗରମାଗରମ ସ୍ଥିତିକୁ ଚାଲି ଆସିଥିଲେ। ଏହାପରେ ଦୁଇ ଦଳର କାଉନସିଲର ହାତାହାତି ହୋଇଥିଲେ। ପରସ୍ପରକୁ ବିଧା ଓ ଗୋଇଠା ମାରିଥିଲେ। ପ୍ରାୟ ୨୦ ମିନିଟ ଧରି ଏପରି ହାଇଭୋଲଟେଜ ଡ୍ରାମା ଜାରି ରହିଥିଲା।

ବିଜେପି ପକ୍ଷରୁ ମନୋନୀତି କାଉନସିଲର ଅନୀଲ ମସିଙ୍କୁ କଂଗ୍ରେସ ଓ ଆପ୍‌ ପକ୍ଷରୁ ଭୋଟ ଚୋର କୁହାଯାଇ ଆକ୍ଷେପ କରାଯାଇଥିଲା। ମେୟର ନିର୍ବାଚନ ବେଳେ ଅନୀଲ ପ୍ରିଜାଇଡିଂ ଅଫିସର ଥିଲେ। ସେ ପ୍ରାୟ ୮ଟି ଭୋଟକୁ ଟ୍ୟାମ୍ପରିଂ କରିଥିବା ମାମଲାରେ ଫସିଥିଲେ। ଏଥିପାଇଁ ଆଜି ଆପ୍‌ ଓ କଂଗ୍ରେସ କାଉନସିଲରମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ଉତ୍ତେଜନା ଆହୁରି ବଢ଼ିଥିଲା।