କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ
ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା ସହ ଗାଳି ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏକ ଚେକ୍ ବାଉନ୍ସ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଏନ୍ଆଇ ଆକ୍ଟ) ଶିବାଙ୍ଗି ମଙ୍ଗଲା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି ଘଟଣା ଘଟିଛି। ନେଗେସିଏବଲ ଇନ୍ଷ୍ଟ୍ରୁମେଣ୍ଟ ଆକ୍ଟର ଧାରା ୧୩୮ ଅନୁଯାୟୀ, ମହିଳା ବିଚାରପତି […] The post କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା ସହ ଗାଳି ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏକ ଚେକ୍ ବାଉନ୍ସ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଏନ୍ଆଇ ଆକ୍ଟ) ଶିବାଙ୍ଗି ମଙ୍ଗଲା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି ଘଟଣା ଘଟିଛି। ନେଗେସିଏବଲ ଇନ୍ଷ୍ଟ୍ରୁମେଣ୍ଟ ଆକ୍ଟର ଧାରା ୧୩୮ ଅନୁଯାୟୀ, ମହିଳା ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କ ବିରୋଧରେ ରାୟ ଶୁଣାଇଥିବାରୁ ଅଭିଯୁକ୍ତ ଜଣକ ବିଚାରପତିଙ୍କୁ ଗାଳି କରିବା ସହ ଧମକ ଦେଇ କହିଥିଲେ, ” ତୁମେ ନିଜକୁ କଣ ଭାବୁଛ। କୋର୍ଟ ବାହାରକୁ ଆସ। ଦେଖିବା ଘରେ କିପରି ଜୀବିତ ପହଞ୍ଚିବ “। ଘଟଣାକୁ ନେଇ ମହିଳା ବିଚାରପତି ଶିବାଙ୍ଗି ଦୋଷୀଙ୍କ ଓକିଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
The post କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ appeared first on Dharitri Odia News.