ସାଇବର ଠକଙ୍କୁ ମିଳିବ ଚେକ୍‌, କମିସନରେଟ ପୋଲିସର ନୂଆ ଉପାୟ

ଭୁବନେଶ୍ବର: ନିର୍ବାଚନ ସମୟରେ ମାତିଛନ୍ତି ସାଇବର ଅପରାଧୀ। କୋରାପୁଟରୁ ମୟୂରଭଞ୍ଜ ଯାଏଁ ଜାଲ ପକାଉଛନ୍ତି ।  ଯଦି କେହି ଜଣେ ବି ଫସି ଯାଉଛନ୍ତି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ରାଜ୍ୟ ପୋଲିସ ପାଇଁ ସାଇବର ଅପରାଧକୁ ଚେକ ଦେବା ବଡ ଚ୍ୟାଲେଞ୍ଜ । କେତେବେଳେ ସାମାନ୍ୟ ଲୋଭରୁ ତ’ କେତେବେଳେ ଅଜାଣତରେ ସାଇବର ଅପରାଧିଙ୍କ ଜାଲରେ ପଡୁଛନ୍ତି । ବିଶେଷ କରି ୟୁପିଆଇ ଫ୍ରଡରେ ଏବେ ରାଜ୍ୟର ଶହ ଶହ ଲୋକ ଶିକାର ହେଉଛନ୍ତି।  କେବଳ ରାଜଧାନୀ ଭୁବନେଶ୍ବରରେ ଏପ୍ରିଲ ମାସରେ ୧୫୧୫ ଅଭିଯୋଗ ସାଇବର ଥାନାକୁ ଆସିଛି । ଗୋଟିଏ ମାସରେ ରାଜଧାନୀରୁ ୧୭ କୋଟି ଟଙ୍କା  ଲୁଟି ନେଇଛନ୍ତି । ସେଥିମଧ୍ୟରୁ  ୭ କୋଟି ୧୫ ଲକ୍ଷ ଟଙ୍କା ବ୍ଲକ କରିବାରେ ସକ୍ଷମ ହୋଇଛି ସାଇବର ଥାନା ପୋଲିସ । ତୁରନ୍ତ ସାଇବର ଶାଖାରେ ଅଭିଯୋଗ କରିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । ଆଉ ଏପରି ସ୍ଥିତିରେ ସାଇବର ଅପରାଧକୁ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ ନୂଆ  ପଦକ୍ଷେପ ନିଆଯାଇଛି । ପ୍ରକୃତରେ ପୋଲିସ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ରୋକିବା ଦିଗରେ ଟ୍ରେନିଂ ଦିଆଯିବାକୁ ନେଇ ନିଷ୍ପତ୍ତି ହୋଇଛି। ଏହା ଅନୁଯାୟୀ, ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଏଥିପାଇଁ ଦେଶର ୬୪୦ ଜଣ ଆବେଦନ ମଧ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସିଲେକ୍ଟ କରାଯାଇଛି ।  ତାଲିମ ପାଇବା ପରେ ଏହି ଛାତ୍ର

ସାଇବର ଠକଙ୍କୁ ମିଳିବ ଚେକ୍‌, କମିସନରେଟ ପୋଲିସର ନୂଆ ଉପାୟ

ଭୁବନେଶ୍ବର: ନିର୍ବାଚନ ସମୟରେ ମାତିଛନ୍ତି ସାଇବର ଅପରାଧୀ। କୋରାପୁଟରୁ ମୟୂରଭଞ୍ଜ ଯାଏଁ ଜାଲ ପକାଉଛନ୍ତି ।  ଯଦି କେହି ଜଣେ ବି ଫସି ଯାଉଛନ୍ତି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ରାଜ୍ୟ ପୋଲିସ ପାଇଁ ସାଇବର ଅପରାଧକୁ ଚେକ ଦେବା ବଡ ଚ୍ୟାଲେଞ୍ଜ । 

କେତେବେଳେ ସାମାନ୍ୟ ଲୋଭରୁ ତ’ କେତେବେଳେ ଅଜାଣତରେ ସାଇବର ଅପରାଧିଙ୍କ ଜାଲରେ ପଡୁଛନ୍ତି । ବିଶେଷ କରି ୟୁପିଆଇ ଫ୍ରଡରେ ଏବେ ରାଜ୍ୟର ଶହ ଶହ ଲୋକ ଶିକାର ହେଉଛନ୍ତି।  କେବଳ ରାଜଧାନୀ ଭୁବନେଶ୍ବରରେ ଏପ୍ରିଲ ମାସରେ ୧୫୧୫ ଅଭିଯୋଗ ସାଇବର ଥାନାକୁ ଆସିଛି । ଗୋଟିଏ ମାସରେ ରାଜଧାନୀରୁ ୧୭ କୋଟି ଟଙ୍କା  ଲୁଟି ନେଇଛନ୍ତି । ସେଥିମଧ୍ୟରୁ  ୭ କୋଟି ୧୫ ଲକ୍ଷ ଟଙ୍କା ବ୍ଲକ କରିବାରେ ସକ୍ଷମ ହୋଇଛି ସାଇବର ଥାନା ପୋଲିସ । ତୁରନ୍ତ ସାଇବର ଶାଖାରେ ଅଭିଯୋଗ କରିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । 

ଆଉ ଏପରି ସ୍ଥିତିରେ ସାଇବର ଅପରାଧକୁ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ ନୂଆ  ପଦକ୍ଷେପ ନିଆଯାଇଛି । ପ୍ରକୃତରେ ପୋଲିସ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ରୋକିବା ଦିଗରେ ଟ୍ରେନିଂ ଦିଆଯିବାକୁ ନେଇ ନିଷ୍ପତ୍ତି ହୋଇଛି। ଏହା ଅନୁଯାୟୀ, ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଏଥିପାଇଁ ଦେଶର ୬୪୦ ଜଣ ଆବେଦନ ମଧ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସିଲେକ୍ଟ କରାଯାଇଛି ।  ତାଲିମ ପାଇବା ପରେ ଏହି ଛାତ୍ର ମାନେ ସାଇବର ଅପରାଧ ରୋକିବା ଉପରେ କାର୍ଯ୍ୟ କରିବେ  । 

ସେପଟେ ସାଇବର ଅପରାଧର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ। ଅଭିଯୋଗ ହେଉଛି ହେଲ୍ପ ଲାଇନରେ ଅଭିଯୋଗ କଲେ ମିଳୁନି ଉତ୍ତର। ଫସିଥିବା ଲୋକଙ୍କୁ ନାନା ପ୍ରକାର ପ୍ରଶ୍ନ କରି ମାନସିକ ପୀଡ଼ା ଦିଆଯାଉଥିବା ଅଭିଯୋଗ ହେଉଛି। ସେହିପରି  ମେସେଜ କଲେ ବି କୌଣସି ଉତ୍ତର ମିଳୁନି। ଛୋଟ ଛୋଟ ସାଇବର ଅପରାଧକୁ ବିଚାର ପାଇଁ ଗ୍ରହଣ ହିଁ କରାଯାଉନାହିଁ। ଏପରିକି ଅପରାଧୀଙ୍କ କାର୍ଯ୍ୟକଳାପ ବାବଦରେ ଆଗୁଆ ଆଲର୍ଟ କଲେ ମଧ୍ୟ ସାଇବର ପୋଲିସ ତୁରନ୍ତ ଆକ୍ସନ ନେଉନାହିଁ।  ଯେଉଁଥିପାଇଁ ବାହାର ରାଜ୍ୟର ସାଇବର ଅପରାଧୀ ଓଡ଼ିଶାକୁ ଏକ ସଫ୍ଟ ଟାର୍ଗେଟ କରିସାରିଲେଣି ବୋଲି ଅଭିଯୋଗ ହେଉଛି।