ଆରମ୍ଭ ହେଲା ଟାରିଫ୍ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା
ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚାଇନା ତା’ର ୩୪ ପ୍ରତିଶତ ପ୍ରତିଶୋଧମୂଳକ ଟାରିଫ ଏପ୍ରିଲ ୮ ସୁଦ୍ଧା ପ୍ରତ୍ୟାହାର ନ କଲେ, ପୂର୍ବରୁ ଥିବା ୨୦% ଓ ୩୪% ଟାରିଫ ଉପରେ ଅତିରିକ୍ତ ୫୦% ଟାରିଫ ଯୋଡିବାକୁ […] The post ଆରମ୍ଭ ହେଲା ଟାରିଫ୍ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା appeared first on Dharitri Odia News.
ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚାଇନା ତା’ର ୩୪ ପ୍ରତିଶତ ପ୍ରତିଶୋଧମୂଳକ ଟାରିଫ ଏପ୍ରିଲ ୮ ସୁଦ୍ଧା ପ୍ରତ୍ୟାହାର ନ କଲେ, ପୂର୍ବରୁ ଥିବା ୨୦% ଓ ୩୪% ଟାରିଫ ଉପରେ ଅତିରିକ୍ତ ୫୦% ଟାରିଫ ଯୋଡିବାକୁ ଚେତାବନୀ ଦେଇଥିଲେ। ଏହାର ଜବାବରେ ଚାଇନା ସରକାର ଆମେରିକାକୁ ‘ବ୍ଲାକମେଲ’ ଅଭିଯୋଗ କରି ‘ଶେଷ ପର୍ଯ୍ୟନ୍ତ ଲିବା’ର ପ୍ରତିଶ୍ରୁତି ଦେଇଛନ୍ତି।
ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଏହି ନୂଆ ଟାରିଫ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଫଳରେ ଚାଇନା ଆମେରିକାକୁ ଆସୁଥିବା ସାମଗ୍ରୀର ମୂଲ୍ୟ ବହୁତ ବିଯିବ। ଚାଇନା ମଧ୍ୟ ଏହାର ପ୍ରତିଶୋଧ ନେବାକୁ କଠୋର ପଦକ୍ଷେପର ଆଭାସ ଦେଇଛି। ବିଶେଷଜ୍ଞମାନେ କହୁଛନ୍ତି, ଏହି ଟାରିଫ ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ।
The post ଆରମ୍ଭ ହେଲା ଟାରିଫ୍ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା appeared first on Dharitri Odia News.