ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ନିଜ ବାଙ୍କେଶ୍ୱରୀଙ୍କ ଘାଟିରେ ବୁଧବାର ଅପରାହ୍ନରେ ଏକ ଡାଲା ଅଟୋ (ନଂ. ଓଡ଼ି ୩୨ ଏଫ୍‌ ୧୦୩୬) ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସିକା ଥାନା ପଢାଳ ଜୟପୁର ଗ୍ରାମର ଦେବରାଜ ଲେଙ୍କା ଏବଂ ମହନ୍ତ ଲେଙ୍କା। ସୂଚନାନୁଯାୟୀ, ମନ୍ଦିରରେ ପୂଜାର୍ଚ୍ଚନା ଓ ଭୋଜି ଖାଇ ଡାଲା ଅଟୋ […] The post ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ appeared first on Dharitri Odia News.

ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ନିଜ ବାଙ୍କେଶ୍ୱରୀଙ୍କ ଘାଟିରେ ବୁଧବାର ଅପରାହ୍ନରେ ଏକ ଡାଲା ଅଟୋ (ନଂ. ଓଡ଼ି ୩୨ ଏଫ୍‌ ୧୦୩୬) ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସିକା ଥାନା ପଢାଳ ଜୟପୁର ଗ୍ରାମର ଦେବରାଜ ଲେଙ୍କା ଏବଂ ମହନ୍ତ ଲେଙ୍କା।

ସୂଚନାନୁଯାୟୀ, ମନ୍ଦିରରେ ପୂଜାର୍ଚ୍ଚନା ଓ ଭୋଜି ଖାଇ ଡାଲା ଅଟୋ ପଛରେ ବସି ଗ୍ରାମର କିଛି ବ୍ୟକ୍ତି ଘରକୁ ଫେରୁଥିବା ଅଟୋଟି ଭାରସାମ୍ୟ ରାଇ ଘାଟିରେ ଓଲଟି ପଡିଥିଲା। ଫଳରେ ଦେବରାଜ ଓ ମହନ୍ତ ଗୁରୁତର ଆହତ ହୋଇଥିଲେ। ଅନ୍ୟ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦିଗପହଣ୍ଡିରୁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ସହ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦେବରାଜ ଲେଙ୍କା ଏବଂ ତାଙ୍କ ପଡୋଶୀ ବାପୁଜୀ ନାହାକଙ୍କ ପରିବାର ଲୋକେ ମିଶି ବାଙ୍କେଶ୍ୱରୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଭୋଜି କରିଥିଲେ। ପରେ ସେଠାରୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା।

The post ବାଙ୍କେଶ୍ୱରୀ ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ appeared first on Dharitri Odia News.