ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି

ପାଟଣା,୧୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସାରସକେଲା ପଞ୍ଚାୟତ ତୁଳସୀପୁରଠାରେ ପାଟଣା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏକ ସୁରମ୍ୟ ଜଙ୍ଗଲ ପରି ବେଷ୍ଟିତ ଅଞ୍ଚଳରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ ହରିହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଭକ୍ତିମୟ ପରିବେଶରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଶ୍ରମ ପ୍ରତିଷ୍ଠା ଦ୍ୱାରା ପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାର ଉଦ୍ରେକ ସହ ଶାରୀରିକ […] The post ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି appeared first on Dharitri Odia News.

ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି

ପାଟଣା,୧୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସାରସକେଲା ପଞ୍ଚାୟତ ତୁଳସୀପୁରଠାରେ ପାଟଣା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏକ ସୁରମ୍ୟ ଜଙ୍ଗଲ ପରି ବେଷ୍ଟିତ ଅଞ୍ଚଳରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ ହରିହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଭକ୍ତିମୟ ପରିବେଶରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଶ୍ରମ ପ୍ରତିଷ୍ଠା ଦ୍ୱାରା ପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାର ଉଦ୍ରେକ ସହ ଶାରୀରିକ ସୁସ୍ଥତା ଓ ନିରୋଗ ରହିବାର ଯୋଗର ପ୍ରସାର ଓ ପ୍ରସାର ହେବ ବୋଲି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ରବିବାର ସକାଳ ୬ରେ କ୍ରିୟା ଯୋଗ ଧ୍ୟାନ, ୯ ଟାରେ ଗୁରୁ ପାଦୁକାପୂଜା, ହୋମ, ଅପରାହ୍ନ ୪ଟା ୩୦ରେ ଭଜନ ସମାରୋହ, ସନ୍ଧ୍ୟା ୬ଟାରେ ସତସଙ୍ଗ ପରମ ହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ, ରାତି ୮ଟାରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ସୋମବାର ସକାଳ ୭ ଘଟିକାରେ କ୍ରିୟା ଯୋଗ ଦୀକ୍ଷା ଗ୍ରହଣ ବ୍ୟବସ୍ଥା ରହିଛି। ଶ୍ରଦ୍ଧାଳୁ ଓ ଆଧ୍ୟାତ୍ମିକ ବାଦି ବିପୁଳ ସଂଖ୍ୟାରେ ଯୋଗ ଦେଇ ଏହି ଆଧ୍ୟାତ୍ମିକ ଚେତନା ଜାଗରଣ କେନ୍ଦ୍ରରେ ଅଂଶଗ୍ରହଣ କରିବାକୁ ପ୍ରଜ୍ଞାନ ମିଶନ ତରଫରୁ ନିବେଦନ କରାଯାଇଛି।

The post ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି appeared first on Dharitri Odia News.