ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ

କୋକସରା,୧୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ୍‌ ନିଆଁ ଲାଗି ବ୍ୟାପିଯାଇଥିଲା। ଏହାଦେଖି ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଆମପାଣି ଫରେଷ୍ଟ ସମେତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବ୍ଲକ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ଜଙ୍ଗଲରେ ଲାଗିଥିବା ନିଆଁକୁ ସ୍ଥାନୀୟ ଯୁବକ ସଂଘ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଆୟତ୍ତ […] The post ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ appeared first on Dharitri Odia News.

ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ

କୋକସରା,୧୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ୍‌ ନିଆଁ ଲାଗି ବ୍ୟାପିଯାଇଥିଲା। ଏହାଦେଖି ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଆମପାଣି ଫରେଷ୍ଟ ସମେତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବ୍ଲକ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ଜଙ୍ଗଲରେ ଲାଗିଥିବା ନିଆଁକୁ ସ୍ଥାନୀୟ ଯୁବକ ସଂଘ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଆୟତ୍ତ କରିଥିଲେ। ଅନ୍ୟପଟେ ଜଙ୍ଗଲ ତଳେ ଥିବା ଚାଷଜମିରେ ଧାନ ଚାଷ ମଧ୍ୟ ନଷ୍ଟ ହୋଇଥିବା ସ୍ଥାନୀୟ ଚାଷୀ ନୀଳମାଧବ ସାହୁ ଅଭିଯୋଗ କରିଛନ୍ତି। ତେବେ ଆମପାଣି ଫରେଷ୍ଟ କର୍ମଚାରୀଙ୍କୁ ଖବର ଦିଆଯାଇଥିଲେ ସୁଦ୍ଧା ବିଳମ୍ବରେ ପହଞ୍ଚତ୍ବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ।

The post ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ appeared first on Dharitri Odia News.