ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର): ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି ବୋଲି ସମ୍ବଲପୁର ଜିଲା ଟପ୍ପର ଜି ଶିରିଶା କହିଛନ୍ତି। ମାନେଶ୍ୱରର ଜି ଜଗଦିଶ ଓ ଜି ଶ୍ରୀଲକ୍ଷ୍ମୀଙ୍କ କନ୍ୟା ଶିରିଶା ଚଳିତ ମାଟ୍ରିକ ପରୀକ୍ଷାରେ ୯୪.୩୩ ପ୍ରତିଶତ ହାରରେ ମୋଟ ୫୬୬ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ କହିଛନ୍ତି ଯେ, ଦିନକୁ ସେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଚାଟାଡ୍‌ ଆକାଉଣ୍ଟାଣ୍ଡ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି […] The post ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା appeared first on Dharitri Odia News.

ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର): ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି ବୋଲି ସମ୍ବଲପୁର ଜିଲା ଟପ୍ପର ଜି ଶିରିଶା କହିଛନ୍ତି। ମାନେଶ୍ୱରର ଜି ଜଗଦିଶ ଓ ଜି ଶ୍ରୀଲକ୍ଷ୍ମୀଙ୍କ କନ୍ୟା ଶିରିଶା ଚଳିତ ମାଟ୍ରିକ ପରୀକ୍ଷାରେ ୯୪.୩୩ ପ୍ରତିଶତ ହାରରେ ମୋଟ ୫୬୬ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ କହିଛନ୍ତି ଯେ, ଦିନକୁ ସେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଚାଟାଡ୍‌ ଆକାଉଣ୍ଟାଣ୍ଡ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଏହି ସଫଳତା କେବଳ ତାଙ୍କର କଠିନ ପରିଶ୍ରମର ଫଳ ତାହା ନୁହେଁ। ଏଥିପାଇଁ ତାଙ୍କ ଟିଉସନ ସାର ଓ ଶ୍ରେଣୀ ଶିକ୍ଷକଙ୍କ ବିଶେଷ ଅବଦାନ ରହିଛି ବୋଲି କହିଛନ୍ତି। ତେଣୁ ସେ ମାତା, ପିତା, ଟିଉସନ ଓ ଶ୍ରେଣୀ ଶିକ୍ଷକଙ୍କୁ ତାଙ୍କର ଏହି ସଫଳତାର ଶ୍ରେୟ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ଠାରୁ ଆରମ୍ଭ କରି ତାଙ୍କ ଟିଉସନ ଓ ଶ୍ରେଣୀ ଶିକ୍ଷକ ତଥା ସମ୍ପକୀୟଙ୍କ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

The post ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା appeared first on Dharitri Odia News.