ସିକେରକୁପା ସିଆର୍ପିଏଫ୍ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଲାଞ୍ଜିଗଡ,୧୧ା୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୁପା ୬୪ ବାଟାଲିଅନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ୧୫ ଦିନିଆ ଟେଲରିଂ ତାଲିମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି ଇନ୍ସପେକ୍ଟର ଜେନେରାଲ ରେଞ୍ଜ ସମ୍ବଲପୁରର ଦଲିପ କୁମାର ଅମ୍ବେଶ ଉଦ୍ଘାଟନ କରିଥିଲେ। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି, ସ୍ଥାନୀୟ ମହିଳାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଲକ୍ଷ୍ୟ […] The post ସିକେରକୁପା ସିଆର୍ପିଏଫ୍ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ appeared first on Dharitri Odia News.
ଲାଞ୍ଜିଗଡ,୧୧ା୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୁପା ୬୪ ବାଟାଲିଅନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ୧୫ ଦିନିଆ ଟେଲରିଂ ତାଲିମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି ଇନ୍ସପେକ୍ଟର ଜେନେରାଲ ରେଞ୍ଜ ସମ୍ବଲପୁରର ଦଲିପ କୁମାର ଅମ୍ବେଶ ଉଦ୍ଘାଟନ କରିଥିଲେ। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି, ସ୍ଥାନୀୟ ମହିଳାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଅମ୍ବେଶ କହିଥିଲେ। ଏହା ଦ୍ୱାରା କଳାହାଣ୍ଡି ଜିଲାର ବହୁ ଗରିବ ଓ ବିଧବା ମହିଳା ଉପକୃତ ହେବାର ଆଶା କରାଯାଉଛି। ତାଲିମ କାର୍ଯ୍ୟକ୍ରମରେ ୨୦ ଜଣ ମହିଳା ଅଂଶଗ୍ରହଣ କରିଛନ୍ତି। ତାଲିମ ସମାପ୍ତ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଟେଲରିଂ ମେଶିନ ଯୋଗାଇ ଦିଆଯିବ। କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ-୬୪ ବାଟାଲିୟନ ପଙ୍କଜ ଚୌଧୁରୀ, ଦ୍ୱିତୀୟ-ଇନ-କମାଣ୍ଡ ପି.କେ. ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଇନ୍ସପେକ୍ଟର/ଜିଡି ସଚ୍ଚିଦାନନ୍ଦ ପାତ୍ର, ୬୪ ବାଟାଲିଅନ ସିଆର୍ପିଏଫ୍ ରଞ୍ଜନ କୁମାର ସିଂହ, ସିକେରକୁପା ଫାଣ୍ଡି ଅଧିକାରୀ ମିନିକେତନ ଶବର, ଟେଲରିଂ ପ୍ରଶିକ୍ଷକ ପ୍ରିତିସ୍ମିତା ମହାପାତ୍ର, କଦମଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ଲାଞ୍ଜିଗଡ଼ ରୋଡ ସରପଞ୍ଚ ମମତା ଶବର ପ୍ରମୁଖ ଉପସ୍ଥିତ ଥିଲେ।
The post ସିକେରକୁପା ସିଆର୍ପିଏଫ୍ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ appeared first on Dharitri Odia News.