ଭାରତ ୨୫୫ ରନରେ ଅଲଆଉଟ୍: ଇଂଲଣ୍ଡକୁ ୩୯୯ ରନର୍ ଟାର୍ଗେଟ୍
ବିଶାଖାପାଟନମ୍,୪।୨: ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍ ହୋଇଛି। ରେହାନ ଅହମ୍ମଦ ଅଶ୍ୱିନଙ୍କୁ ଆଉଟ୍ କରି ଭାରତର ଇନିଂସ ଶେଷ କରିଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ୩୯୯ ରନ ଲକ୍ଷ୍ୟ ରହିଛି। ଏହି ଇନିଂସରେ ଭାରତ ପାଇଁ ଶୁବମନ ଗିଲ ସର୍ବାଧିକ ୧୦୪ ରନ ସଂଗ୍ରହ କରିଥିଲେ। ଅକ୍ଷର ପଟେଲ ୪୫ ରନ ଏବଂ ରବିଚନ୍ଦ୍ରନ ଅଶ୍ୱିନ ୨୯ରନ ଯୋଗଦାନ କରିଥିଲେ। ଟମ ହାର୍ଟଲେ ଇଂଲଣ୍ଡ ପାଇଁ ୪ଟି ଉଇକେଟ ନେଇଥିଲେ। ରେହମ […] The post ଭାରତ ୨୫୫ ରନରେ ଅଲଆଉଟ୍: ଇଂଲଣ୍ଡକୁ ୩୯୯ ରନର୍ ଟାର୍ଗେଟ୍ appeared first on Dharitri Odia News.
ବିଶାଖାପାଟନମ୍,୪।୨: ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍ ହୋଇଛି। ରେହାନ ଅହମ୍ମଦ ଅଶ୍ୱିନଙ୍କୁ ଆଉଟ୍ କରି ଭାରତର ଇନିଂସ ଶେଷ କରିଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ୩୯୯ ରନ ଲକ୍ଷ୍ୟ ରହିଛି। ଏହି ଇନିଂସରେ ଭାରତ ପାଇଁ ଶୁବମନ ଗିଲ ସର୍ବାଧିକ ୧୦୪ ରନ ସଂଗ୍ରହ କରିଥିଲେ। ଅକ୍ଷର ପଟେଲ ୪୫ ରନ ଏବଂ ରବିଚନ୍ଦ୍ରନ ଅଶ୍ୱିନ ୨୯ରନ ଯୋଗଦାନ କରିଥିଲେ। ଟମ ହାର୍ଟଲେ ଇଂଲଣ୍ଡ ପାଇଁ ୪ଟି ଉଇକେଟ ନେଇଥିଲେ। ରେହମ ଅହମ୍ମଦ ତିନୋଟି ଉଇକେଟ, ଜେମ୍ସ ଆଣ୍ଡରସନ ଦୁଇଟି ଏବଂ ଶୋଏବ ବଶୀର ଗୋଟିଏ ଉଇକେଟ ପାଇଛନ୍ତି।
The post ଭାରତ ୨୫୫ ରନରେ ଅଲଆଉଟ୍: ଇଂଲଣ୍ଡକୁ ୩୯୯ ରନର୍ ଟାର୍ଗେଟ୍ appeared first on Dharitri Odia News.