ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୩ା୮: ପଦ୍ମ ବିଭୂଷଣ ବିଜୟିନୀ ବର୍ଷୀୟାନ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଡ. ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ୭ ମାସ ହେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ବହୁବିଧ ରୋଗ ରହିଥିତ୍ଲା। ସେ ଆଇସିୟୁରେ ରହି ଡ. ସୁନୀଲ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଏକ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିଲେ ବୋଲି କ୍ରିଷ୍ଣମୂର୍ତ୍ତିଙ୍କ ମ୍ୟାନେଜର ତଥା ସଚିବ ଗଣେଶ […] The post ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ appeared first on Dharitri Odia News.

ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୩ା୮: ପଦ୍ମ ବିଭୂଷଣ ବିଜୟିନୀ ବର୍ଷୀୟାନ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଡ. ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ୭ ମାସ ହେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ବହୁବିଧ ରୋଗ ରହିଥିତ୍ଲା। ସେ ଆଇସିୟୁରେ ରହି ଡ. ସୁନୀଲ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଏକ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିଲେ ବୋଲି କ୍ରିଷ୍ଣମୂର୍ତ୍ତିଙ୍କ ମ୍ୟାନେଜର ତଥା ସଚିବ ଗଣେଶ କହିଛନ୍ତି।

ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ କ୍ରିଷ୍ଣମୂର୍ତ୍ତି ଭାରତନାଟ୍ୟମ୍‌ ଏବଂ କୁଚିପୁଡ଼ି ନୃତ୍ୟରେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ୨୦୧୬ରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ବିଶ୍ୱ ନୃତ୍ୟଜଗତରେ ସେ ଜଣେ ଉତ୍ତୁଙ୍ଗ ଶିଳ୍ପୀ ଭାବେ ବହୁ ଦଶନ୍ଧି ଧରି ରାଜ୍‌ କରିଥିଲେ। ତାଙ୍କ ନୃତ୍ୟରେ କୌଶଳଗତ ଶୁଦ୍ଧତା, ଅଭିବ୍ୟକ୍ତିର ଗାମ୍ଭୀର୍ଯ୍ୟତା ଏବଂ ସମୃଦ୍ଧ ସଂସ୍କୃତିର ଝଲକ ତାଙ୍କୁ ବିଶ୍ୱ ମଞ୍ଚର ଶାସ୍ତ୍ରୀୟ ନୃତ୍ୟରେ ଭାରତୀୟଙ୍କ ପ୍ରତିଷ୍ଠିତ ରାଷ୍ଟ୍ରଦୂତରେ ପରିଣତ କରିଥିଲା। କ୍ରିଷ୍ଣମୂର୍ତ୍ତିଙ୍କର ୨ ଭଉଣୀ ରହିଛନ୍ତି। ସେ ଚଳାଉଥିବା ୟାମିନୀ ସ୍କୁଲ୍‌ ଅଫ୍‌ ଡ୍ୟାନ୍ସକୁ ତାଙ୍କ ମରଶରୀର ରବିବାର ଅଣାଯିବ। ତାଙ୍କ ପରଲୋକରେ ସମଗ୍ର ନୃତ୍ୟ ଜଗତ ସମେତ ବହୁ ବିଶଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

The post ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ appeared first on Dharitri Odia News.