ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ
ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚମାଖଣ୍ଡିସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନକୁ ରାଜ୍ୟପାଳ ରଘୁବର ଦାସ ଗୁରୁବାର ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ଦେଖିବା ସହିତ ମିଶନ ଶକ୍ତିର ମା’ମାନଙ୍କ ସହ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତି ଏବଂ ପ୍ୟାକିଂକୁ ପ୍ରଶଂସା କରିଥିଲେ। ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ସ୍ବାବଲମ୍ବୀ ହେବା […] The post ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ appeared first on Dharitri Odia News.
ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚମାଖଣ୍ଡିସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନକୁ ରାଜ୍ୟପାଳ ରଘୁବର ଦାସ ଗୁରୁବାର ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ଦେଖିବା ସହିତ ମିଶନ ଶକ୍ତିର ମା’ମାନଙ୍କ ସହ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତି ଏବଂ ପ୍ୟାକିଂକୁ ପ୍ରଶଂସା କରିଥିଲେ।
ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ଯାହା ଟଙ୍କା ରୋଜଗାର କରୁଛନ୍ତି ତାହାକୁ ଠିକ ଭାବେ ବ୍ୟବହାର କରିବା ଦରକାର। ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ସାମଗ୍ରୀ କିପରି ବ୍ରାଣ୍ଡିଂ ହେବ ଏବଂ ସେଗୁଡିକର କିପରି ମାର୍କେଟିଂ ହେବ ତାହାର ଆବଶ୍ୟକ ରହିଛି ବୋଲି ରାଜ୍ୟପାଳ କହିଥିଲେ। ମହିଳାମାନଙ୍କ ଅର୍ଥନୈତିକ ବ୍ୟବସ୍ଥାରେ ସୁଦୃଢ ହେଲେ ରାଜ୍ୟ ଓ ଦେଶର ସୁଦୃଢ ହେବ ବୋଲି କହିଛନ୍ତି।
ପରେ କାଳିଆବାଲି ଗ୍ରାମର ମିଶନ ଶକ୍ତିର ଏସ. ଜ୍ୟୋତି ରେଡ୍ଡୀ, ଅଗସ୍ତି ନୂଆଗାଁର କାଦାମ୍ବରୀ ଦାସ, ବଉଳଗାଁର ସଂଯୁକ୍ତା ସାହୁ ଓ ମାୟାପାଟଣା ଗ୍ରାମର ସିଏଚ ଦମୟନ୍ତୀ କିପରି ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କଠାରୁ ଆରମ୍ଭ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଛନ୍ତି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସଭା କାର୍ଯ୍ୟକୁ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ସଂଯୋଜନା କରିଥିବା ବେଳେ ଗଂଜାମ ଜିଲାପରିଷଦର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ। ଗଞ୍ଜାମ ଏସ୍ପି ଜଗମହୋନ ମୀନା, ବ୍ରହ୍ମପୁର ଏସ୍ପି ଡା. ସ୍ରବଣା ବିବେକ ଏମ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଏସ୍ପି ଏସ. ବେହେରା, ଛତ୍ରପୁର ଏସ୍ଡିପିଓ ଗୈାରହରୀ ସାହୁ, ଓଡିଶା ଜିବୀକା ମିଶନର ଜିଲା ପ୍ରକଳ୍ପ ସଂଯୋଜକ ନବୀନ କୁମାର ସେନାପତି, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଶାସ୍ବତ କୁମାର ସାହୁ, ଓରମାସ୍ର ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇତାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ appeared first on Dharitri Odia News.