ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ

ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିବାବେଳେ ସେଥିରୁ ୭୦ ନିୟୁତ ଟନ୍‌ ପରିବେଶ ପ୍ରଦୂଷଣର କାରଣ ହେବ ବୋଲି ପ୍ଲାଷ୍ଟିକ୍‌ ଓଭରଶୁଟ୍‌ ଡେ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦ୍ରୁତ ବିକାଶଶୀଳ ଦକ୍ଷିଣ ଏସୀୟ ରାଷ୍ଟ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ୍‌ […] The post ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ appeared first on Dharitri Odia News.

ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ

ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିବାବେଳେ ସେଥିରୁ ୭୦ ନିୟୁତ ଟନ୍‌ ପରିବେଶ ପ୍ରଦୂଷଣର କାରଣ ହେବ ବୋଲି ପ୍ଲାଷ୍ଟିକ୍‌ ଓଭରଶୁଟ୍‌ ଡେ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦ୍ରୁତ ବିକାଶଶୀଳ ଦକ୍ଷିଣ ଏସୀୟ ରାଷ୍ଟ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ବିଶ୍ୱରେ କମ୍‌। ତେବେ ବିଶ୍ୱର ୬୦ ପ୍ରତିଶତ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ବିଫଳତା ପାଇଁ ଦାୟୀ ୧୨ ଦେଶ ମଧ୍ୟରେ ଭାରତ ରହିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। କାନାଡାର ଓଟ୍ଟାଓ୍ବାରେ ଜାତିସଂଘ ଆନ୍ତଃସରକାରୀ ବୁଝାମଣା କମିଟି (ଆଇଏନ୍‌ସି)ର ଚତୁର୍ଥ ବୈଠକ ବସିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ କୁପରିଚାଳନା ପାଇଁ ଦାୟୀ ୧୨ ଦେଶ ହେଲେ ଚାଇନା, ଭାରତ, ରୁଷିଆ, ବ୍ରାଜିଲ, ମେକ୍ସିକୋ, ଭିଏଟ୍‌ନାମ, ଇରାନ, ଇଣ୍ଡୋନେସିଆ, ଇଜିପ୍ଟ, ପାକିସ୍ତାନ, ଆମେରିକା ଏବଂ ତୁର୍କୀ।
ଭାରତର ମୁଣ୍ଡପିଛା ବାର୍ଷିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ୮ କେଜି ହୋଇଥିବାବେଳେ ଚଳିତ ବର୍ଷ ଦେଶର କୁପରିଚାଳିତ ବର୍ଜ୍ୟ ପରିମାଣ ୭.୪ ନିୟୁତ ଟନ୍‌ରେ ପହଞ୍ଚତ୍ବା ଆଶଙ୍କା କରାଯାଉଛି, ଯାହାକି ବହୁତ ବେଶୀ। ଅନ୍ୟପକ୍ଷରେ ଏହା ଚାଇନାର କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟର ଏକ-ପଞ୍ଚମାଂଶରୁ କମ୍‌ ହୋଇଥିବାବେଳେ ଆମେରିକାର ଏକ-ତୃତୀୟାଂଶରୁ କମ୍‌ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଭାରତ ପରିବେଶକୁ ହାରାହାରି ୩,୯୧,୮୭୯ ଟନ୍‌ ମାଇକ୍ରୋପ୍ଲାଷ୍ଟିକ୍‌ ଛାଡ଼ିବାକୁ ଥିବାବେଳେ ଜଳସ୍ରୋତକୁ ୩୧,୪୮୩ ଟନ୍‌ ରାସାୟନିକ ଉପାଦାନ ଛାଡ଼ିବ ବୋଲି ଆକଳନ କରାଯାଇଛି।
ବେଲ୍‌ଜିୟମରେ ମୁଣ୍ଡ ପିଛା ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୧୪୭.୭ କିଲୋଗ୍ରାମ, ଯାହା ଭାରତୀୟଙ୍କ ତୁଳନାରେ ୧୬ ଗୁଣା ଅଧିକ। କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଓମାନ ଶୀର୍ଷରେ ରହିଛି। ସେଠାରେ ୨୦୨୪ରେ ମୁଣ୍ଡପିଛା କୁପରିଚାଳିତ ପ୍ଲାଷ୍ଟିକ୍‌ ପରିମାଣ ୧୧୧ କେଜି ହେବ ବୋଲି ଆକଳନ କରାଯାଇଛି। ଏହା ନରଓ୍ବେର ମୁଣ୍ଡପିଛା କୁପରିଚାଳିତ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣର ୩୦ ଗୁଣ। ସେହି ଅନୁଯାୟୀ ଦେଖିଲେ ଭାରତ ୧୨ ଦେଶ ମଧ୍ୟରେ ସବୁଠୁ ତଳେ ରହିଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ସାମର୍ଥ୍ୟ ବାହାରକୁ ଚାଲିଯାଇଥିବା ଅଞ୍ଚଳରେ ବିଶ୍ୱ ଜନସଂଖ୍ୟାର ଅଧା ରହୁଥିବା ରିପୋର୍ଟରେ କୁହାଯାଇଛି। ଏପ୍ରିଲ ୨୩ରେ ଭାରତ ପ୍ଲାଷ୍ଟିକ୍‌ ଓଭରଶୁଟ୍‌ ଡେ’ରେ ପହଞ୍ଚତ୍ବାକୁ ଯାଉଛି, ଅର୍ଥାତ୍‌ ଏହାର ବର୍ଜ୍ୟ ପରିଚାଳନା ବ୍ୟବସ୍ଥାଠାରୁ ବର୍ଜ୍ୟ ଉତ୍ପାଦନ ଅଧିକ ହେଉଛି।

The post ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ appeared first on Dharitri Odia News.