ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ…
ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଖେଳାଳିଙ୍କୁ ରିଟେନ କରିଛି। ସେମାନଙ୍କ ନାମ ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଏବଂ ତିଳକ ବର୍ମା। କହୁରଖୁଛୁ ଯେ ଦରମା ଦୃଷ୍ଟିରୁ ରୋହିତଙ୍କୁ ବୁମ୍ରା, ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ତଳେ ରଖାଯାଇଛି। ବର୍ତ୍ତମାନ ମୁମ୍ବାଇର ପୂର୍ବତନ ଅଧିନାୟକ କହିଛନ୍ତି ଯେ ଦଳକୁ ମଜଭୁତ କରିବାକୁ ଏମଆଇ ୫ ଖେଳାଳିଙ୍କୁ ରିଟେନ କରିଛି। ରୋହିତ ଶର୍ମା କହିଛନ୍ତି ଯେ ଯେଉଁ ନମ୍ବରରେ […] The post ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଖେଳାଳିଙ୍କୁ ରିଟେନ କରିଛି। ସେମାନଙ୍କ ନାମ ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଏବଂ ତିଳକ ବର୍ମା। କହୁରଖୁଛୁ ଯେ ଦରମା ଦୃଷ୍ଟିରୁ ରୋହିତଙ୍କୁ ବୁମ୍ରା, ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ତଳେ ରଖାଯାଇଛି। ବର୍ତ୍ତମାନ ମୁମ୍ବାଇର ପୂର୍ବତନ ଅଧିନାୟକ କହିଛନ୍ତି ଯେ ଦଳକୁ ମଜଭୁତ କରିବାକୁ ଏମଆଇ ୫ ଖେଳାଳିଙ୍କୁ ରିଟେନ କରିଛି।
ରୋହିତ ଶର୍ମା କହିଛନ୍ତି ଯେ ଯେଉଁ ନମ୍ବରରେ ତାଙ୍କୁ ରଖାଯାଇଛି ତାହା ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସେ କହିଛନ୍ତି, ଯେହେତୁ ମୁଁ ଅବସର ନେଇଛି, ତେଣୁ ଏହା ମୋ ପାଇଁ ଏକ ଉପଯୁକ୍ତ। ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍।
ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା। ସେହି ପ୍ରଦର୍ଶନକୁ ମନେ ପକାଇ ରୋହିତ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଦଳ ଭଲ କରିବା ପାଇଁ ଦଳ ତାର ସମସ୍ତ ଚେଷ୍ଟା କରିବ। ସେ କହିଛନ୍ତି, ଆମେ ମୁମ୍ବାଇକୁ ମଜବୁତ କରିବାକୁ ଚେଷ୍ଟା କରିଛୁ। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ନିଲାମରେ ଏପରି ଖେଳାଳି ଚୟନ କରିବା ଯିଏ ଆମ ପାଇଁ ମ୍ୟାଚ ବିଜେତା ବୋଲି ପ୍ରମାଣ କରିପାରିବ। ଆମେ ସଠିକ ପଦକ୍ଷେପ ଗ୍ରହଣ କରିବୁ ଏବଂ ଦଳ ପାଇଁ ଯାହା ଯୋଗ୍ୟ ତାହା ଗ୍ରହଣ କରିବୁ।।
The post ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ… appeared first on Dharitri Odia News.