ସୁରକ୍ଷା ଚିନ୍ତାରେ ବିସିସିଆଇ: ବାଂଲାଦେଶ ଟୁର୍ ହୋଇପାରେ ସ୍ଥଗିତ
ନୂଆଦିଲ୍ଲୀ, ୪ା୭: ଭାରତୀୟ କ୍ରିକେଟ ଦଳର ଆସନ୍ତା ବାଂଲାଦେଶ ଟୁର୍ ସ୍ଥଗିତ ରଖାଯାଇ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହି ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି। ଶେଖ୍ ହସିନାଙ୍କ ସରକାର ବିତାଡ଼ିତ ହେବାପରେ ଦେଶରେ ଅସ୍ଥିରତା ଓ ଅରାଜକତା ଦେଖାଦେଇଛି। ଭାରତ ଅଗଷ୍ଟ ୧୭ରୁ ୩୧ ପର୍ଯ୍ୟନ୍ତ ଚିଟ୍ଟାଗଙ୍ଗ ଓ ଢାକାଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ସିରିଜ ବାତିଲ […] The post ସୁରକ୍ଷା ଚିନ୍ତାରେ ବିସିସିଆଇ: ବାଂଲାଦେଶ ଟୁର୍ ହୋଇପାରେ ସ୍ଥଗିତ appeared first on Dharitri Odia News.
ନୂଆଦିଲ୍ଲୀ, ୪ା୭: ଭାରତୀୟ କ୍ରିକେଟ ଦଳର ଆସନ୍ତା ବାଂଲାଦେଶ ଟୁର୍ ସ୍ଥଗିତ ରଖାଯାଇ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହି ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି। ଶେଖ୍ ହସିନାଙ୍କ ସରକାର ବିତାଡ଼ିତ ହେବାପରେ ଦେଶରେ ଅସ୍ଥିରତା ଓ ଅରାଜକତା ଦେଖାଦେଇଛି।
ଭାରତ ଅଗଷ୍ଟ ୧୭ରୁ ୩୧ ପର୍ଯ୍ୟନ୍ତ ଚିଟ୍ଟାଗଙ୍ଗ ଓ ଢାକାଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ସିରିଜ ବାତିଲ ହୋଇ ନାହିଁ। ସମ୍ଭବତଃ ୨୦୨୬ରେ କେବେ ହୋଇପାରେ। କାରଣ ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଚାମ୍ପିୟନଶିପ୍ ପଏଣ୍ଟର ଆବଶ୍ୟକତା ରହିଛି।
ଖବର ଅନୁସାରେ ବାଂଲାଦେଶରେ ସାଧାରଣ ନିର୍ବାଚନ ପରେ ଏକ ସ୍ଥିର ସରକାର କ୍ଷମତାସୀନ ହେବାପରେ ଏହି ଟୁର୍ ଅନୁଷ୍ଠିତ ହେଉ ବୋଲି ବିସିସିଆଇ ଚାହୁଛି। ଆସନ୍ତାବର୍ଷ ପୂର୍ବରୁ ବାଂଲାଦେଶରେ ନିର୍ବାଚନ ହେବାର ସମ୍ଭାବନା ନାହିଁ।
ସୂଚନାଯୋଗ୍ୟ, ଗତବର୍ଷ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହେବାରୁ ହସିନା କ୍ଷମତାରୁ ବିତାଡ଼ିତ ହୋଇଥିଲେ। ଆଓ୍ବାମି ଲିଗ୍ ସରକାର ବରଖାସ୍ତ ହେବାପରେ ହସିନା ଭାରତ ପଳାୟନ କରିଥିଲେ। ବାଂଲାଦେଶରେ ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ କାମଚଳା ସରକାର ଚାଲିଛି।
The post ସୁରକ୍ଷା ଚିନ୍ତାରେ ବିସିସିଆଇ: ବାଂଲାଦେଶ ଟୁର୍ ହୋଇପାରେ ସ୍ଥଗିତ appeared first on Dharitri Odia News.