ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି
ବ୍ରିଜଟାଉନ୍, ୧ା୭ : ବାର୍ବାଡୋସରେ ଝଡ଼ ତୋଫାନ ଯୋଗୁ ଟି୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ସେଠାରେ ଅଟକି ରହିଛି। ଫଳତଃ ସେମାନେ ଅତିକମ୍ରେ ଆଉ ଏକ ଦିନ ବିଳମ୍ବରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଶନିବାର ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍ ଫାଇନାଲ ଜିତିବାପରଠାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଏକ ପଞ୍ଚ ତାରକା ହେଟେଲରେ ରହିଛନ୍ତି। ବାର୍ବାଡୋସର ଜନସଂଖ୍ୟା ହେଉଛି ପାଖାପାଖି ୩ ଲକ୍ଷ। ରବିବାର ସନ୍ଧ୍ୟାରୁ ଏକ ପ୍ରକାର ଲକଡାଉନ୍ରେ […] The post ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି appeared first on Dharitri Odia News.
ବ୍ରିଜଟାଉନ୍, ୧ା୭ : ବାର୍ବାଡୋସରେ ଝଡ଼ ତୋଫାନ ଯୋଗୁ ଟି୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ସେଠାରେ ଅଟକି ରହିଛି। ଫଳତଃ ସେମାନେ ଅତିକମ୍ରେ ଆଉ ଏକ ଦିନ ବିଳମ୍ବରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଶନିବାର ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍ ଫାଇନାଲ ଜିତିବାପରଠାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଏକ ପଞ୍ଚ ତାରକା ହେଟେଲରେ ରହିଛନ୍ତି।
ବାର୍ବାଡୋସର ଜନସଂଖ୍ୟା ହେଉଛି ପାଖାପାଖି ୩ ଲକ୍ଷ। ରବିବାର ସନ୍ଧ୍ୟାରୁ ଏକ ପ୍ରକାର ଲକଡାଉନ୍ରେ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦେଶର ମୁଖ୍ୟ ବିମାନ ବନ୍ଦର ବନ୍ଦ ରହିଛି। ବିଦ୍ୟୁତ ସେବା ଓ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି, ସ୍ଥାନୀୟ ଲୋକଙ୍କ ଭଳି ଆମେ ଏଠାରେ ଫସିଯାଇଛୁ। ବର୍ତ୍ତମାନ ଆମେ କିପରି ଶୀଘ୍ର ସୁରକ୍ଷିତ ଭାବେ ଏଠାରୁ ମୁକୁଳିବୁ ସେ କଥା ଚିନ୍ତା କରାଯାଉଛି। ଭାରତରେ ପହଞ୍ଚିବା ପରେ ସମ୍ବର୍ଦ୍ଧନା କଥା ଚିନ୍ତା କରାଯିବ।
The post ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି appeared first on Dharitri Odia News.