ସଞ୍ଜ ନଇଁଲେ ବଢୁଛି ବନ୍ୟଜନ୍ତୁଙ୍କ ଭୟ, ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବି

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅନ୍ତର୍ଗତ ପିଠାଗୋଡ଼ା ପଞ୍ଚାୟତ ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ବୁଧବାର ବାସିନ୍ଦା କେନ୍ଦୁଝର ଜିଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଛୋଟ ଛୋଟ ପିଲାଙ୍କୁ ଧରି ଦୀର୍ଘ ବହୁ ବାଟ ଆସି ଆଜି ଅଭିଯୋଗପତ୍ର ଦେଇଛନ୍ତି। ଖୁଣ୍ଟ ପୋତା ଯାଇଥିଲେ ହେଁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସାହିର ୫୦ ଆଦିବାସୀ ପରିବାର ଅନ୍ଧାରରେ ନାନା ହଇରାଣ ହରକତ ହେଉଛନ୍ତି। ଏହାସହ ଛୋଟ ଛୋଟ ପିଲାମାନଙ୍କ […] The post ସଞ୍ଜ ନଇଁଲେ ବଢୁଛି ବନ୍ୟଜନ୍ତୁଙ୍କ ଭୟ, ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବି appeared first on Dharitri Odia News.

ସଞ୍ଜ ନଇଁଲେ ବଢୁଛି ବନ୍ୟଜନ୍ତୁଙ୍କ ଭୟ, ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବି

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅନ୍ତର୍ଗତ ପିଠାଗୋଡ଼ା ପଞ୍ଚାୟତ ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ବୁଧବାର ବାସିନ୍ଦା କେନ୍ଦୁଝର ଜିଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଛୋଟ ଛୋଟ ପିଲାଙ୍କୁ ଧରି ଦୀର୍ଘ ବହୁ ବାଟ ଆସି ଆଜି ଅଭିଯୋଗପତ୍ର ଦେଇଛନ୍ତି। ଖୁଣ୍ଟ ପୋତା ଯାଇଥିଲେ ହେଁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସାହିର ୫୦ ଆଦିବାସୀ ପରିବାର ଅନ୍ଧାରରେ ନାନା ହଇରାଣ ହରକତ ହେଉଛନ୍ତି। ଏହାସହ ଛୋଟ ଛୋଟ ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏତଦ୍‌ବ୍ୟତୀତ ସଞ୍ଜ ନଇଁଲେ ରାସ୍ତାଘାଟ କିଟିମିଟି ଅନ୍ଧାର ହୋଇଯାଉଛି। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହେଉଛନ୍ତି। ସ୍ଥାନୀୟ ଖରବା ଗ୍ରାମରେ ବିଜୁଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ହେଁ ଖରବା ଦୁମାଣିସାହି ବାସିନ୍ଦା ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରାଯିବାକୁ କ୍ଷୀରମଣି ସର୍ଦ୍ଦାର,ବିକାଶ ସର୍ଦ୍ଦାର, କଇଁତା ମୁଣ୍ତା, ପ୍ରଦୀପ ମହାନ୍ତ, ପ୍ରମିଳା ସର୍ଦ୍ଦାର, ରୀନା ମହାନ୍ତ, ରେଖା ସର୍ଦ୍ଦାର,ଚମ୍ପା ସର୍ଦ୍ଦାର, ଯଶୋମତି ସର୍ଦ୍ଦାର,ପଦ୍ମାବତୀ ସର୍ଦ୍ଦାର, କର୍ମୁ ସର୍ଦ୍ଧାର ପ୍ରମୁଖ ଆଜି କେନ୍ଦୁଝର ଜିଲାପାଳ ବିଶାଲ ସିଂଙ୍କୁ ଅଭିଯୋଗ କରିଥିଲେ।

The post ସଞ୍ଜ ନଇଁଲେ ବଢୁଛି ବନ୍ୟଜନ୍ତୁଙ୍କ ଭୟ, ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବି appeared first on Dharitri Odia News.