ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା

ଡେରାବିଶ, ୧ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଡେରାବିଶ ବ୍ଲ୍ଳକ ଅଧୀନ ଗୋଲରାହାଟଠାରୁ ସବଳଙ୍ଗ ଯାଏ ଯାଇଥିବା ୯ ନଂ. କେନାଲବନ୍ଧ ରାସ୍ତାଟି ଦୀର୍ଘଦିନ ହେବ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତା। ଏହି ରାସ୍ତା ଦେଇ ଦୈନିକ ଶତାଧିକ ସଂଖ୍ୟାରେ ଯାନବାହନ ଚଳାଚଳ ସହ ଡେରାବିଶ ମହାବିଦ୍ୟାଳୟ, ବିଦ୍ୟାଳୟ ସମେତ କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ବଜାର ଓ ଡେରାବିଶ ବଜାରକୁ ସଂଯୋଗ କରିଛି। […] The post ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା appeared first on Dharitri Odia News.

ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା

ଡେରାବିଶ, ୧ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଡେରାବିଶ ବ୍ଲ୍ଳକ ଅଧୀନ ଗୋଲରାହାଟଠାରୁ ସବଳଙ୍ଗ ଯାଏ ଯାଇଥିବା ୯ ନଂ. କେନାଲବନ୍ଧ ରାସ୍ତାଟି ଦୀର୍ଘଦିନ ହେବ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତା। ଏହି ରାସ୍ତା ଦେଇ ଦୈନିକ ଶତାଧିକ ସଂଖ୍ୟାରେ ଯାନବାହନ ଚଳାଚଳ ସହ ଡେରାବିଶ ମହାବିଦ୍ୟାଳୟ, ବିଦ୍ୟାଳୟ ସମେତ କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ବଜାର ଓ ଡେରାବିଶ ବଜାରକୁ ସଂଯୋଗ କରିଛି। ଦୀର୍ଘଦିନ ଧରି ମରଣଯନ୍ତା ପାଲଟିଥିବାରୁ ଏହି ରାସ୍ତା ଉପରେ ନିର୍ଭରଶୀଳ ଛାତ୍ରୀଛାତ୍ର, ବ୍ୟବସାୟୀ ଓ ସାଧାରଣ ଲୋକମାନେ ଅସୁବିଧା ଭୋଗୁଛନ୍ତି ା ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକ ଅଧୀନ ଗୋଲରାହାଟ, ବାଲିଆ, ପଲେଇ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସମେତ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତର ଜନସାଧାରଣ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଏହି ଅଞ୍ଚଳରେ ଜୁନ ୧ ତାରିଖରେ ନିର୍ବାଚନ ଥିବାବେଳେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରୁଛି। ଏଥିପ୍ରତି ମଧ୍ୟ ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗୋଲରାହାଟ ଗ୍ରାମର ସାହାଜାନ୍‌ ଖଁା କହିଛନ୍ତି। ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ପଲେଇ ପଞ୍ଚାୟତର ସାମାଜିକ କର୍ମୀ ଚିତ୍ତରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାକୁ ଅନ୍ତର୍ଭୁକ୍ତ କରାଯାଇ ୧୬୦.୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୋଲରାହାଟଠାରୁ ଜାଗୁଳାଇପଡା ପର୍ଯ୍ୟନ୍ତ ୩.୫୬୦ କିଲୋମିଟର ରାସ୍ତା କାର୍ଯ୍ୟ ୨୦୨୦-୨୧ ମସିହାରେ କରାଯାଇଥିଲା। ମାତ୍ର ଠିକା ସଂସ୍ଥାନର ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ନିର୍ମାଣ ହେବାର ଅଳ୍ପଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହୋଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଶୈଳେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରେ ନିର୍ମାଣ କରିଥିବା ଠିକା ସଂସ୍ଥା ରାସ୍ତାର ରକ୍ଷଣାବେକ୍ଷଣର ୫ ବର୍ଷ ପାଇଁ ଚୁକ୍ତିନାମା କରିଛନ୍ତି। ରାସ୍ତାର ତୁରନ୍ତ ମରାମତି କରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଠିକା ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ତୁରନ୍ତ ଏହି ରାସ୍ତା ମରାମତି ନ କଲେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯନ୍ତ୍ରୀ ବିଶ୍ୱାଳ କହିଛନ୍ତି।

The post ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା appeared first on Dharitri Odia News.