ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି

ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍‌ହାମ ଅଲିୟେଭ୍‌ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ ଯାଏ ମସ୍କୋ ସତ୍ୟକୁ ଚାପି ରଖିବାକୁ ଉଦ୍ୟମ କରିଥିବାରୁ ଇଲ୍‌ହାମ୍‌ ଏହାର ସମାଲୋଚନା କରିଛନ୍ତି। ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ, ବିମାନକୁ ରୁଷିଆ ଖସାଇଥିଲା। ତେବେ ଏହା ଉଦ୍ଦେଶ୍ୟମୂଳକ ଥିଲା ବୋଲି ଆମେ କହିପାରିବା ନାହିଁ ବୋଲି ଆଜରବୈଜାନ ରାଷ୍ଟ୍ରପତି କହିଛନ୍ତି। ଜେ୨-୮୨୪୩ ବିମାନ କାଜାଖସ୍ତାନର ଅକଟାଉ ସହର […] The post ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି appeared first on Dharitri Odia News.

ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି

ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍‌ହାମ ଅଲିୟେଭ୍‌ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ ଯାଏ ମସ୍କୋ ସତ୍ୟକୁ ଚାପି ରଖିବାକୁ ଉଦ୍ୟମ କରିଥିବାରୁ ଇଲ୍‌ହାମ୍‌ ଏହାର ସମାଲୋଚନା କରିଛନ୍ତି। ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ, ବିମାନକୁ ରୁଷିଆ ଖସାଇଥିଲା। ତେବେ ଏହା ଉଦ୍ଦେଶ୍ୟମୂଳକ ଥିଲା ବୋଲି ଆମେ କହିପାରିବା ନାହିଁ ବୋଲି ଆଜରବୈଜାନ ରାଷ୍ଟ୍ରପତି କହିଛନ୍ତି।
ଜେ୨-୮୨୪୩ ବିମାନ କାଜାଖସ୍ତାନର ଅକଟାଉ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷଙ୍କୁ କ୍ଷମା ମାଗିଥିଲେ। ଦୁର୍ଘଟଣା ପାଇଁ ମସ୍କୋ ଦାୟୀ ବୋଲି ପୁଟିନ୍‌ ସ୍ବୀକାର କରି ନ ଥିଲେ ମଧ୍ୟ ବିମାନଟି ଓହ୍ଲାଇବାକୁ ବାରମ୍ବାର ଉଦ୍ୟମ କରିଥିବା ରୁଷିଆର ଚେଚନ୍ୟା ରିପବ୍ଲିକ୍‌ର ଆଞ୍ଚଳିକ ରାଜଧାନୀ ଗ୍ରୋଜ୍‌ନି ନିକଟରେ ୟୁକ୍ରେନ୍‌ ଡ୍ରୋନ୍‌କୁ ପ୍ରତିହତ କରିବା ପାଇଁ ରୁଷିଆର ଏୟାର ଡିଫେନ୍ସ ସକ୍ରିୟ ଥିଲା ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଥିଲା। ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ ସମ୍ପୂର୍ଣ୍ଣ ତଦନ୍ତ ଦାବି କରାଯାଇଥିଲା।

The post ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି appeared first on Dharitri Odia News.