ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ
ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ ମୋହର ବାଜି ସାରିଛି। ଏନେଇ ଖୋଦ୍ କାର୍ତ୍ତିକ ଇନଷ୍ଟାରେ ଫଟୋ ଶେୟାର୍ କରି ତାଙ୍କ ଫିଲ୍ମର ମିଷ୍ଟ୍ରି ଗର୍ଲଙ୍କ ବିଷୟରେ ସୂଚନା ଦେଇଛନ୍ତି। ପ୍ରଥମେ କାର୍ତ୍ତିକ ଇନଷ୍ଟାରେ ଲିଡ୍ ଆକ୍ଟ୍ରେସଙ୍କ ଅସମ୍ପୂର୍ଣ୍ଣ ଫଟୋ ଶେୟାର […] The post ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ appeared first on Dharitri Odia News.
ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ ମୋହର ବାଜି ସାରିଛି। ଏନେଇ ଖୋଦ୍ କାର୍ତ୍ତିକ ଇନଷ୍ଟାରେ ଫଟୋ ଶେୟାର୍ କରି ତାଙ୍କ ଫିଲ୍ମର ମିଷ୍ଟ୍ରି ଗର୍ଲଙ୍କ ବିଷୟରେ ସୂଚନା ଦେଇଛନ୍ତି। ପ୍ରଥମେ କାର୍ତ୍ତିକ ଇନଷ୍ଟାରେ ଲିଡ୍ ଆକ୍ଟ୍ରେସଙ୍କ ଅସମ୍ପୂର୍ଣ୍ଣ ଫଟୋ ଶେୟାର କରିଥିଲେ। କ୍ୟାପସନରେ ଲେଖିଥିଲେ, ଏହି ଭୁଲ ଭୁଲେୟାକୁ ସମାଧାନ କରନ୍ତୁ। ଅଧିକାଂଶ ୟୁଜର୍ସ ଅସମ୍ପୂର୍ଣ୍ଣ ଫଟୋଟି ଆନିମଲ ଫେମ୍ ତ୍ରିପ୍ତିଙ୍କର ବୋଲି କହିଛନ୍ତି। କିଛି ସମୟ ପରେ କାର୍ତ୍ତିକ ନିଜେ ସମ୍ପୂର୍ଣ୍ଣ ଫଟୋ ଶେୟାର କରି ଏହାକୁ କନଫର୍ମ କରିଛନ୍ତି।
ବର୍ଷ ମୁକ୍ତିଲାଭ କରିଥିବା ଆନିମଲରେ ତ୍ରିପ୍ତିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍ ପରେ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ତାଙ୍କର ରାତାରାତି ଲକ୍ଷ ଲକ୍ଷ ଫଲୋଅର୍ସ ବଢିଥିଲେ। ଲୋକେ ତାଙ୍କୁ ନ୍ୟାଶନାଲ କ୍ରସ ବୋଲି କହିବା ଆରମ୍ଭ କଲେ। ଏବେ କାର୍ତ୍ତିକ ଫିଲ୍ମରେ ତାଙ୍କର ଏଣ୍ଟ୍ରି ହୋଇଛି। ସେ ଏହି ଫିଲ୍ମରେ କିଆରା ଆଡଭାନୀଙ୍କ ସ୍ଥାନ ନେଇଛନ୍ତି, ଯିଏକି ୨୦୨୨ରେ ଭୁଲ ଭୁଲେୟା ୨ରେ ନଜର ଆସିଥିଲେ। ଏହି କମେଡି ଫିଲ୍ମ ଚଳିତ ବର୍ଷ ଦିୱାଲୀ ଅବସରରେ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି।
The post ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ appeared first on Dharitri Odia News.