ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ: ଘର ଭୁଶୁଡ଼ି ତିନି ଶ୍ରମିକ ଚାପିହୋଇଗଲେ
ଭୁବନେଶ୍ୱର, ୩।୬: ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଲିଙ୍ଗରାଜ ବିହାରରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ନିର୍ମାଣ ସ୍ଥଳରେ ପୁରୁଣା ଛାତ ଭାଙ୍ଗୁଥିବା ବେଳେ ଘରଟି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏକ ପୁରୁଣା ଘରର ଛାତ ଅଚାନକ ଭାଙ୍ଗି ପଡ଼ିଥିଲା, ଯାହା ଫଳରେ ତିନି ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ […] The post ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ: ଘର ଭୁଶୁଡ଼ି ତିନି ଶ୍ରମିକ ଚାପିହୋଇଗଲେ appeared first on Dharitri Odia News.
ଭୁବନେଶ୍ୱର, ୩।୬: ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଲିଙ୍ଗରାଜ ବିହାରରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ନିର୍ମାଣ ସ୍ଥଳରେ ପୁରୁଣା ଛାତ ଭାଙ୍ଗୁଥିବା ବେଳେ ଘରଟି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏକ ପୁରୁଣା ଘରର ଛାତ ଅଚାନକ ଭାଙ୍ଗି ପଡ଼ିଥିଲା, ଯାହା ଫଳରେ ତିନି ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସ୍ଥାନୀୟ ସୂଚନା ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ଥିବା ଅଭିଯୋଗ ଉଠିଛି, ଯାହା ଏହି ଅଘଟଣର କାରଣ ହୋଇପାରେ।
The post ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ: ଘର ଭୁଶୁଡ଼ି ତିନି ଶ୍ରମିକ ଚାପିହୋଇଗଲେ appeared first on Dharitri Odia News.