ଗୋବିନ୍ଦତୋଳା:ମହାନବମୀ ପୂଜା ସହ ନବକୁମାରୀ ସମ୍ମାନ

ସମ୍ବଲପୁର: ମହାନବମୀ ଅବସରରେ ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପ ରେ ଲକ୍ଷାଧିକ ଦର୍ଶକ ଙ୍କର ସମାଗମ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ସହର ତଥା ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି,ପଡିଆବାହାଲ, ବରଗଡ଼, ଅତାବିରା, ବୀରମହାରାଜପୁର, ସୋନପୁର, ବିନିକା ପ୍ରଭୃତି ଅଂଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଁ ଭୁବନେଶ୍ୱରୀ ଙ୍କୁ ଦର୍ଶନ କରିଥିଲେ। ମହାନବମୀ ଅବସରରେ ପୂଜା ମଣ୍ଡପ ରେ ନବକୁମାରୀ ପୂଜା (ସମ୍ମାନ) ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା […] The post ଗୋବିନ୍ଦତୋଳା:ମହାନବମୀ ପୂଜା ସହ ନବକୁମାରୀ ସମ୍ମାନ appeared first on Odisha.News.

ଗୋବିନ୍ଦତୋଳା:ମହାନବମୀ ପୂଜା ସହ ନବକୁମାରୀ ସମ୍ମାନ

ସମ୍ବଲପୁର: ମହାନବମୀ ଅବସରରେ ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପ ରେ ଲକ୍ଷାଧିକ ଦର୍ଶକ ଙ୍କର ସମାଗମ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ସହର ତଥା ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି,ପଡିଆବାହାଲ, ବରଗଡ଼, ଅତାବିରା, ବୀରମହାରାଜପୁର, ସୋନପୁର, ବିନିକା ପ୍ରଭୃତି ଅଂଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଁ ଭୁବନେଶ୍ୱରୀ ଙ୍କୁ ଦର୍ଶନ କରିଥିଲେ।
ମହାନବମୀ ଅବସରରେ ପୂଜା ମଣ୍ଡପ ରେ ନବକୁମାରୀ ପୂଜା (ସମ୍ମାନ) ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଇ. ସଞ୍ଜୟ ତ୍ରିପାଠୀ ଓ ଡାକ୍ତର ନମିତା ନାଥ ଙ୍କର ସହ ଶତାଧିକ ଭକ୍ତ ନବକୁମାରୀ ଙ୍କୁ ପୂଜା ଅର୍ଚନା ପୂର୍ବକ ବିଭିନ୍ନ ନୈବେଦ୍ୟ ତଥା ଭୋଗରାଗ ପ୍ରଦାନ କରି ଥିଲେ l ପଣ୍ଡିତ ଜଗଦୀଶ ଦାସ, ସୁଶ୍ରିତ ଷଡ଼ଙ୍ଗୀ, ସରୋଜ ପୁରୋହିତ ଙ୍କର ସହ ଦୀପକ ପଣ୍ଡା, ଗୌରୀଦାସ ପଣ୍ଡା, ଦାଶରଥି ପଣ୍ଡା, ଅନିଲ ନାୟକ, ରଂଜିତ ରଥ ତଥା କମିଟି ର ସଭାପତି ପ୍ରଦୀପ ପଣ୍ଡା, କାର୍ଯ୍ୟକାରୀ ସଭାପତି ବାଙ୍କବିହାରୀ ପଣ୍ଡା, ସମ୍ପାଦକ ଡମ୍ବରୁ ଧର ରଣା, ଲିଙ୍କୁ ପୁରୋହିତ, ଶୁଭମ ମହାପାତ୍ର, ରାଜକିଶୋର ପୁରୋହିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ମଧ୍ୟ ରାତ୍ରି ରେ ମାଁ ଦୁର୍ଗା ଚଣ୍ଡୀ ହୋମ ଯଜ୍ଞ କରାଯିବା ସହ ରବିବାର ବିଜୟା ଦଶମୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବା ନେଇ କମିଟିର ଗଣମାଧ୍ୟ୍ୟମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଥିଲେ।

The post ଗୋବିନ୍ଦତୋଳା:ମହାନବମୀ ପୂଜା ସହ ନବକୁମାରୀ ସମ୍ମାନ appeared first on Odisha.News.