ସାପ କୁକୁର ଲଢେଇ: ୪୦ ମିନିଟ୍ ଲଢ଼ିଲା ପରେ ଜୀବନ ଦେଇ ଜୀବନ ବଞ୍ଚାଇଲା କୁକୁର
ଦୁନିଆ ସବୁଠାରୁ ଚାଲାକ ପ୍ରାଣୀ ହେଉଛି ମଣିଷ। ସେ ନିଜର ବୁଦ୍ଧି ଓ କୌଶଳ ବଳରେ ଜୀବଜନ୍ତୁଙ୍କୁ ବଶ କରି ରଖିଥାଏ । ପରବର୍ତ୍ତୀ ସମୟରେ ନିଜର କାମରେ ତାକୁ ନିୟୋଜିତ କରିଥାଏ । କିନ୍ତୁ ବଶ କରି ରଖିଥିବା ପ୍ରାଣୀ ଦରକାର ପଡିଲେ ତା ମୁନିବର ଜୀବନ ରକ୍ଷା ମଧ୍ୟ କରିପାରେ । ଏମିତି ଏକ ଘଟଣା କର୍ଣ୍ଣାଟକ ହସନ ଜିଲ୍ଲାରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ କର୍ଣ୍ଣାଟକ ହସନ ଜିଲ୍ଲାରେ ଜଣେ ଯୁବ […] The post ସାପ କୁକୁର ଲଢେଇ: ୪୦ ମିନିଟ୍ ଲଢ଼ିଲା ପରେ ଜୀବନ ଦେଇ ଜୀବନ ବଞ୍ଚାଇଲା କୁକୁର appeared first on KNews Odisha.

ଦୁନିଆ ସବୁଠାରୁ ଚାଲାକ ପ୍ରାଣୀ ହେଉଛି ମଣିଷ। ସେ ନିଜର ବୁଦ୍ଧି ଓ କୌଶଳ ବଳରେ ଜୀବଜନ୍ତୁଙ୍କୁ ବଶ କରି ରଖିଥାଏ । ପରବର୍ତ୍ତୀ ସମୟରେ ନିଜର କାମରେ ତାକୁ ନିୟୋଜିତ କରିଥାଏ । କିନ୍ତୁ ବଶ କରି ରଖିଥିବା ପ୍ରାଣୀ ଦରକାର ପଡିଲେ ତା ମୁନିବର ଜୀବନ ରକ୍ଷା ମଧ୍ୟ କରିପାରେ । ଏମିତି ଏକ ଘଟଣା କର୍ଣ୍ଣାଟକ ହସନ ଜିଲ୍ଲାରୁ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ କର୍ଣ୍ଣାଟକ ହସନ ଜିଲ୍ଲାରେ ଜଣେ ଯୁବ ଇଞ୍ଜିନିୟରଙ୍କ ଫାର୍ମ ହାଉସରେ ପଶିଥିଲା ୧୨ ଫୁଟିଆ ନାଗ ସାପ । ନାଗକୁ ପ୍ରଥମେ ଏକ ମାଈ ଡୋଭରମାନ ଦେଖିଥିଲା । ସାପକୁ ଡୋଭରମାନ ଆଟାକ କରିବାକୁ ଯିବା ବେଳେ ଡେଇଁ ପଡ଼ିଥିଲା ପିଟ୍ ବୁଲ୍ କୁକୁର ଭୀମା । ଏପରିକି ୪୦ ମିନିଟ ଧରି ନାଗ ସହ ଲଢ଼େଇ କରିସାପକୁ ୧୧ ଖଣ୍ଡ କରି ଦେଇଥିଲା । କିନ୍ତୁ ସାପ ଚୋଟରୁ ନିଜକୁ ରକ୍ଷା କରି ପାରି ନଥିଲା । ଲଢେଇ ବେଳେ ଭୀମାର ମୁହଁରେ ବିଷାକ୍ତ ନାଗର ଚୋଟ ବାଜିଥିଲା ।
ଅନ୍ୟପଟେ ସାପ ସହ ଲଢ଼ିବା ଭୀମା ପାଇଁ ନୂଆ ନଥିଲା । ପୂର୍ବରୁ ସେ ଅନେକ ଥର ଫାର୍ମ ହାଉସରେ ୧୫ ବିଷଧର ସାପକୁ ମାରିଛି । ଭୀମା ଏତେ ଶକ୍ତିଶାଳୀ ଯେ, ସେ କଲରାପତରିଆ ବାଘକୁ ମଧ୍ୟ ଘଉଡ଼ାଇ ଦିଏ । ସବୁଠୁ ଦୁଃଖର କଥା ହେଉଛି କୋବ୍ରା ସହ ଲଢ଼ି ଜୀବନ ଦେଇଥିବା ଭୀମାକୁ ଫାର୍ମ ହାଉସରେ କବର ଦେଇଛନ୍ତି ମାଲିକ । ବିଷାକ୍ତ ନାଗକୁ ମାରି ଅନେକ ଜୀବନ ରକ୍ଷା କରିଛି ଭୀମା । ଫାର୍ମ ହାଉସରେ ନାଗ ପଶିବା ବେଳେ ସେଠାରେ ଅନେକ ଶ୍ରମିକ ଓ ତାଙ୍କ ପିଲାମାନେ ବୁଲାବୁଲି କରୁଥିବାର ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ୯ ମାସ ଧରି ମହାକାଶରେ କଣ ଥାଉଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ, ଏଠାରୁ ଜାଣନ୍ତୁ
The post ସାପ କୁକୁର ଲଢେଇ: ୪୦ ମିନିଟ୍ ଲଢ଼ିଲା ପରେ ଜୀବନ ଦେଇ ଜୀବନ ବଞ୍ଚାଇଲା କୁକୁର appeared first on KNews Odisha.