ମୃତ୍ୟୁ ପରେ ବି ଅମର, ଆଠ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକେ
ଭୁବନେଶ୍ୱର : ମୃତ୍ୟୁ ପରେ ବି ଅମର। ଆଠ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ଅନ୍ୟ କେହି ଦେଖିବ। ଅନ୍ୟ କେହି କହିବ। ଅନ୍ୟ ପରିବାର ଲୋକ ଖୁସି ହେବେ। ଅମର ହୋଇଗଲା ଆଠ ବର୍ଷର ପୁଅ ସୁବୋଜିତ ସାହୁ। ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ। ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ। ଏବେ ତାଙ୍କର […] The post ମୃତ୍ୟୁ ପରେ ବି ଅମର, ଆଠ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକେ appeared first on KNews Odisha.

ଭୁବନେଶ୍ୱର : ମୃତ୍ୟୁ ପରେ ବି ଅମର। ଆଠ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ଅନ୍ୟ କେହି ଦେଖିବ। ଅନ୍ୟ କେହି କହିବ। ଅନ୍ୟ ପରିବାର ଲୋକ ଖୁସି ହେବେ। ଅମର ହୋଇଗଲା ଆଠ ବର୍ଷର ପୁଅ ସୁବୋଜିତ ସାହୁ। ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ।
ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ। ଏବେ ତାଙ୍କର ବାର୍ଷିକ ପରୀକ୍ଷା ହେଉଥିଲା। ଗତ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ଶ୍ରେଣୀ ଗୃହରେ ଥିଲେ। ହେଲେ ହଠାତ ଅସୁସ୍ଥ ହୋଇଗଲେ। ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
The post ମୃତ୍ୟୁ ପରେ ବି ଅମର, ଆଠ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକେ appeared first on KNews Odisha.