ଅପରେସନ ହ୍ବାଇଟ ସ୍ପାଇଡରରେ ବଡ଼ ସଫଳତା, ୮୦ ଜଣ ନିଶା ବେପାରୀ ଗିରଫ
ଭୁବନେଶ୍ୱର(କେନ୍ୟୁଜ୍): ଅପରେସନ ହ୍ବାଇଟ ସ୍ପାଇଡରରେ କମିଶିରରେଟ୍ ପୋଲିସର ବଡ଼ ସଫଳତା । ଜାନୁଆରୀ ପହିଲାରୁ ଏପ୍ରିଲ ପର୍ଯ୍ୟନ୍ତ ୪୬ଟି ବେଆଇନ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଛନ୍ତି ୮୦ ନିଶା ବେପାରୀ । ଏପର୍ଯ୍ୟନ୍ତ ମୋଟ ୨୦ଟି ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇଛି । ଏହା ସହ ମୋଟ ୩୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି । ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫୨ ଗ୍ରାମ ୮୪୦ ମିଲିଗ୍ରାମ ବ୍ରାଉନସୁଗାର, ୩ ଲକ୍ଷ ୫୦ ହଜାର୧୬୫ […] The post ଅପରେସନ ହ୍ବାଇଟ ସ୍ପାଇଡରରେ ବଡ଼ ସଫଳତା, ୮୦ ଜଣ ନିଶା ବେପାରୀ ଗିରଫ appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ୍): ଅପରେସନ ହ୍ବାଇଟ ସ୍ପାଇଡରରେ କମିଶିରରେଟ୍ ପୋଲିସର ବଡ଼ ସଫଳତା । ଜାନୁଆରୀ ପହିଲାରୁ ଏପ୍ରିଲ ପର୍ଯ୍ୟନ୍ତ ୪୬ଟି ବେଆଇନ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଛନ୍ତି ୮୦ ନିଶା ବେପାରୀ । ଏପର୍ଯ୍ୟନ୍ତ ମୋଟ ୨୦ଟି ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇଛି । ଏହା ସହ ମୋଟ ୩୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି ।
ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫୨ ଗ୍ରାମ ୮୪୦ ମିଲିଗ୍ରାମ ବ୍ରାଉନସୁଗାର, ୩ ଲକ୍ଷ ୫୦ ହଜାର୧୬୫ ଟଙ୍କା, ୧୧ଟି ମୋବାଲ ଫୋନ୍, ୧୩ଟି ଗାଡି ଜବତ କରାଯାଇଛି । ସେହିପରି ଗତ ବର୍ଷ ମଧ୍ୟ ମୋଟ ୨୫ଟି ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରାଯାଇଥିଲା । ୪୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏମାନଙ୍କ ନିକଟରୁ ୭୨୦ ଗ୍ରାମ ଗଞ୍ଜେଇ, ୭୫,୦୮୦ ଟଙ୍କା, ୧୨ଟି ମୋବାଇଲ ଫୋନ, ୯ଟି ଗାଡି ମଧ୍ୟ ଜବତ କରାଯାଇଥିଲା । ସେହିପରି ୧୬୮ ଲିଟରର ନକଲି କଫ ସିରପ ଜବତ କରାଯାଇ ୨ ଜଣ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି ।
The post ଅପରେସନ ହ୍ବାଇଟ ସ୍ପାଇଡରରେ ବଡ଼ ସଫଳତା, ୮୦ ଜଣ ନିଶା ବେପାରୀ ଗିରଫ appeared first on KNews Odisha.