ଜମୁଛି ବରଗଡ ଧନୁଯାତ୍ରା: ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ, ସିଂହାସନରେ ବସିଲେ କଂସ
ବରଗଡ଼: ମଥୁରା ନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି ୭୭ ତମ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ଦ୍ବାପର ଯୁଗର ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର । ଆଉ ଜୀରା ନଦୀ ଏବେ ଯମୁନା । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କୃଷ୍ଣଲୀଳା ପରିବେଷଣ ହେଉଛି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ […] The post ଜମୁଛି ବରଗଡ ଧନୁଯାତ୍ରା: ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ, ସିଂହାସନରେ ବସିଲେ କଂସ appeared first on KNews Odisha.

ବରଗଡ଼: ମଥୁରା ନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି ୭୭ ତମ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ଦ୍ବାପର ଯୁଗର ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର । ଆଉ ଜୀରା ନଦୀ ଏବେ ଯମୁନା । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କୃଷ୍ଣଲୀଳା ପରିବେଷଣ ହେଉଛି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ – ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହା ପ୍ରତାପୀ କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ କଂସର ମୃତ୍ୟୁର କାରଣ । ଦୈବବାଣୀ ହେବା ପରେ କଂସ ବିବ୍ରତ ହୋଇପଡିଛି । ଦେବକୀ – ବସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ କରିଛି । ଆଜି ଧନୁଯାତ୍ରାର ଦ୍ବିତୀୟ ଦିବସରେ ମଥୁରା ବାସୀ ମନୋରଞ୍ଜନ ପାଇଁ ଉଦଘାଟନ ହେବ ରଂଗମହଲ । ଦେବକୀ ଙ୍କ ଅଷ୍ଠମ ଗର୍ଭ ରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଉପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା । ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ ।
The post ଜମୁଛି ବରଗଡ ଧନୁଯାତ୍ରା: ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ, ସିଂହାସନରେ ବସିଲେ କଂସ appeared first on KNews Odisha.