ଭିନ୍ନକ୍ଷମ ଚଲାଉଛନ୍ତି ବାଇକ୍, ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି
ଆପଣ ନିଶ୍ଚୟ ଶୁଣିଥିବେ ଯେ ଯଦି ଜଣେ ବ୍ୟକ୍ତିର ସାହସ ଅଛି ତେବେ ସେ କିଛି କରିପାରିବେ ।ସାହସଠାରୁ ବଡ଼ କିଛି ନାହିଁ ମନରେ ସାହସ ଥିଲେ ସଫଳତା ନିଶ୍ଚୟ ଆଣି ଥାଆନ୍ତି । ସେମାନେ ଯେକୌଣସି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିପାରିବେ । ସେହିଭଳି କିଛି ଦେଖାଉଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ, ଆପଣ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ […] The post ଭିନ୍ନକ୍ଷମ ଚଲାଉଛନ୍ତି ବାଇକ୍, ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି appeared first on KNews Odisha.

ଆପଣ ନିଶ୍ଚୟ ଶୁଣିଥିବେ ଯେ ଯଦି ଜଣେ ବ୍ୟକ୍ତିର ସାହସ ଅଛି ତେବେ ସେ କିଛି କରିପାରିବେ ।ସାହସଠାରୁ ବଡ଼ କିଛି ନାହିଁ ମନରେ ସାହସ ଥିଲେ ସଫଳତା ନିଶ୍ଚୟ ଆଣି ଥାଆନ୍ତି । ସେମାନେ ଯେକୌଣସି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିପାରିବେ । ସେହିଭଳି କିଛି ଦେଖାଉଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ, ଆପଣ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ ।
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ, ଜଣେ ଭିନ୍ନକ୍ଷମ, ଯାହାର ହାତ ନାହିଁ ଏବଂ ସେ ବାଇକ୍ ଚଳାଉଛନ୍ତି । ତାଙ୍କର ସାହସ ଆଉ ଏକାଗ୍ରତାକୁ ଦେଖିବା ପରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ପ୍ରଶଂସା କରିବାରେ ଟିକିଏ ଥକୁ ନାହାଁନ୍ତି । ଏପରି କରିବାର ସାହସ ସହଜରେ ଦେଖିବାକୁ ମିଳିନଥାଏ ।
ଭାଇରାଲ ହେଉଥିବା ଭିଡିଓରେ । ଆପଣ ଦେଖିପାରୁଥିବେ ଯେ ଏହି ବ୍ୟକ୍ତିଙ୍କର ଦୁଇ ହାତ ନାହିଁ । ଏହା ଦ୍ୱାରା ପରାଜିତ ହେବା ପରିବର୍ତ୍ତେ ସେ କିଛି ଉପକରଣ ତିଆରି କରିଛନ୍ତି ଯାହା ସାହାଯ୍ୟରେ ସେ ବାଇକ୍ ଚଲାଉଛନ୍ତି । ଏହି ଉପକରଣ ମାଧ୍ୟମରେ ସେ ନିଜ ବାଇକକୁ ସହଜରେ ନିୟନ୍ତ୍ରଣ କରିପାରୁଛନ୍ତି । ସେ ବାଇକ୍ ରେ ନିଜର ଉପକରଣଗୁଡ଼ିକୁ ଫିଟ୍ କରିବା ଏବଂ ବାଇକ୍ ଚଲାଇବା ଆରମ୍ଭ କରିବା ମାତ୍ରେ ବାଇକ୍ ସୁରୁଖୁରୁରେ ଚାଲିବା ଆରମ୍ଭ କରିଥାଏ ।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ bapu_zamidar_short ନାମକ ଏକ ଆକାଉଣ୍ଟ ସେୟାର କରାଯାଇଛି । ଏହା ସହିତ କ୍ୟାପସନ୍ରେ ଲେଖାଯାଇଛି ଯେ, ଏହାକୁ ପ୍ରକୃତ ଦେଶୀ ଜୁଗଡ୍ କୁହାଯାଏ । ଏହି ଭିଡିଓକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି ଏବଂ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଲୋକମାନେ ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଆମେ ଏହି ବ୍ୟକ୍ତିଙ୍କ ସାହସ ଏବଂ ଉତ୍ସାହକୁ ନମସ୍କାର କରୁଛୁ । ମଣିଷର ଆଗ୍ରହ ଏବଂ ସାହସକୁ ପ୍ରଶଂସା କରି ଲୋକମାନେ ଅନେକ କିଛି ଲେଖିଛନ୍ତି ।
The post ଭିନ୍ନକ୍ଷମ ଚଲାଉଛନ୍ତି ବାଇକ୍, ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି appeared first on KNews Odisha.

(@bapu_zamidar_short)