ଦୁଇ ଦଶନ୍ଧି ପରେ ନିଜର ହକ ଫେରିପାଇଲା ନର୍ଲା, ଉଦ୍ଘାଟନ ହେଲା ଫରେଷ୍ଟ ରେଞ୍ଜ ଅଫିସ୍

କଳାହାଣ୍ଡି, ୧୬/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କାର୍ଯ୍ୟଳୟ ଗୋଟି ଦୀର୍ଘ ୨୦, ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଭୌଗଳିକ ଦୃଷ୍ଟି କୋଣରୁ ମଦନପୁର ରାମପୁର ଠାରେ କାର୍ଯ୍ୟକାରୀ ହୋଇ ଆସୁଥିଲା। କିନ୍ତୁ କାର୍ଯ୍ୟାଳୟ ଗୋଟି ନର୍ଲା ନାମରେ ଥିବା ହେତୁ ବିଭିନ୍ନ ସମୟରେ ନର୍ଲା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ସଙ୍ଗଠନ ସାମ୍ବାଦିକ ବନ୍ଧୁ ମାନେ ଉକ୍ତ କାର୍ଯ୍ୟାଳୟ , ରାମପୁର ରୁ ନର୍ଲା କୁ ସ୍ଥାନାନ୍ତର […] The post ଦୁଇ ଦଶନ୍ଧି ପରେ ନିଜର ହକ ଫେରିପାଇଲା ନର୍ଲା, ଉଦ୍ଘାଟନ ହେଲା ଫରେଷ୍ଟ ରେଞ୍ଜ ଅଫିସ୍ appeared first on Odisha.News.

ଦୁଇ ଦଶନ୍ଧି ପରେ ନିଜର ହକ ଫେରିପାଇଲା ନର୍ଲା, ଉଦ୍ଘାଟନ ହେଲା ଫରେଷ୍ଟ ରେଞ୍ଜ ଅଫିସ୍

କଳାହାଣ୍ଡି, ୧୬/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କାର୍ଯ୍ୟଳୟ ଗୋଟି ଦୀର୍ଘ ୨୦, ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଭୌଗଳିକ ଦୃଷ୍ଟି କୋଣରୁ ମଦନପୁର ରାମପୁର ଠାରେ କାର୍ଯ୍ୟକାରୀ ହୋଇ ଆସୁଥିଲା। କିନ୍ତୁ କାର୍ଯ୍ୟାଳୟ ଗୋଟି ନର୍ଲା ନାମରେ ଥିବା ହେତୁ ବିଭିନ୍ନ ସମୟରେ ନର୍ଲା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ସଙ୍ଗଠନ ସାମ୍ବାଦିକ ବନ୍ଧୁ ମାନେ ଉକ୍ତ କାର୍ଯ୍ୟାଳୟ , ରାମପୁର ରୁ ନର୍ଲା କୁ ସ୍ଥାନାନ୍ତର ପାଇଁ ଦାବୀ କରିଆସୁଥିଲେ ,ଉକ୍ତ ଦାବୀ କୁ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇ ରେଞ୍ଜ କ୍ୟାମ୍ପ କାର୍ଯ୍ୟାଳୟ ରାମପୁର ରୁ ନର୍ଲା କୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛନ୍ତି ଏବଂ ତାର ଫଳ ସ୍ୱରୂପ ଆଜି ନର୍ଲା ଚାରିଛକ୍ ଫରେଷ୍ଟ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବରେ କାର୍ଯ୍ୟାଳୟକୁ ବିଧାୟକ ଭୂପିନ୍ଦର ସିଂହ ଶୁଭ ଉଦ୍ଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ନର୍ଲା ରେଞ୍ଜର ଭାରତ ବନ୍ଧୁ ଶବର ବନପାଲ ଭବାନୀ ନାଏକ,କ୍ଷୀରୋଦ ସେଠ୍ କିଶୋର ସାହୁ ,ରଶ୍ମି ଛତ୍ରିଆ ଙ୍କ ସମେତ ନର୍ଲା ପ୍ରେସ ଏସୋସେଶନ ସଭାପତି ଦୀପକ ସାହୁ, ଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଧାୟକ ଭୂପିନ୍ଦର ସିଂହ ଙ୍କୁ ସାଧୁବାଦ ଜଣାଇ ଛନ୍ତି

The post ଦୁଇ ଦଶନ୍ଧି ପରେ ନିଜର ହକ ଫେରିପାଇଲା ନର୍ଲା, ଉଦ୍ଘାଟନ ହେଲା ଫରେଷ୍ଟ ରେଞ୍ଜ ଅଫିସ୍ appeared first on Odisha.News.